ବନ୍ଦେ ଉତ୍କଳ ସଂଗୀତ ଗାନର ଅବଧି ଦୁଇ ମିନିଟ ୧୧ ସେକେଣ୍ଡରେ ସୀମିତ ରହିବ

ଭୁବନେଶ୍ୱର(କେନ୍ୟୁଜ୍‌) : ବହୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି । ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ମୋହର ବସିଛି ।

ତେବେ ସଂଗୀତ ଗାନର ସମୟ ନେଇ ଥିବା ସନ୍ଦେହକୁ ସରକାର ଆଜି ଦୂର କରିଛନ୍ତି । ବନ୍ଦେ ଉତ୍କଳ ସଂଗୀତ ଗାନର ଅବଧି ଦୁଇ ମିନିଟ ୧୧ ସେକେଣ୍ଡରେ ସୀମିତ ରହିବ ବୋଲି ଜଣାଯାଇଛି । ପୁରୁଣା ଶୈଳୀରେ ଗାନ କରାଯିବ ହେବ ରାଜ୍ୟ ସଙ୍ଗୀତ ।

ସୁଧାକର ବାଳକୃଷ୍ଣ ଦାସଙ୍କ ଦ୍ୱାରା ଗାନ କରାଯାଇଥିବା ଶୈଳୀରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ । ଓଡ଼ିଶାର ପାଠ୍ୟପୁସ୍ତକରେ ବନ୍ଦେ ଉତ୍କଳ ଜନନୀକୁ ସାମିଲ କରାଯିବ।

ଚଳିତବର୍ଷ ପାଠ୍ୟପୁସ୍ତକ ବଣ୍ଟାସରିଥିବାରୁ ସୁବିଧା ହେଲେ ବନ୍ଦେ ଉତ୍କଳ ଜନନୀ ଉପରେ ଏକ ସ୍ୱତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ବୋଲି ଜଣାପଡ଼ିଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସୃଷ୍ଟି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.