ଲଗାତର ୧୬ ଦିନ ଧରି ପେଟ୍ରୋଲ ଡିଜେଲ ଦର ହେଲା ମହଙ୍ଗା, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ଦାମ

ଗ୍ରାହକଙ୍କୁ ହେଉଛି ମହଙ୍ଗା ମାଡ । ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ। ଲଗାତର ୧୬ ଦିନରେ ବଢ଼ିଲା ପ୍ରେଟ୍ରୋଲ ଓ ଡିଚେଲ ଦର। ଦିଲ୍ଲୀରେ ଡିଜେଲ ଦର ବୃଦ୍ଧି ହୋଇ ୭୮ ଟଙ୍କା ୮୫ ପଇସା ହୋଇଛି। ସେହିପରି ପେଟ୍ରୋଲ ୩୩ ପଇସା ବଢ଼ି ୭୯ ଟଙ୍କା ୫୬ ପଇସା ପ୍ରତି ଲିଟର ହୋଇଛି।

ଗୋଟିଏ ମାସରେ ଅଶୋଧିତ ତୈଳର ମୂଲ୍ୟ ଦ୍ୱିଗୁଣିତ ହୋଇଛି। ଲଗାତର ୧୬ ଦିନ ଧରି ପେଟ୍ରୋଲିୟମ କମ୍ପାନୀ ଗୁଡିକ କ୍ରମାଗତ ଭାବେ ମୂଲ୍ୟ ବୃଦ୍ଧି କରୁଛନ୍ତି। ଆଜି ରାଜ୍ୟରେ ପେଟ୍ରୋଲ ୩୩ ପଇସା ଓ ଢିଜେଲ ୫୮ ପଇସା ବଢ଼ିଛି। ଫଳରେ ୮୦ ଟଙ୍କାରେ ପହଁଚିଛି ପେଟ୍ରୋଲ। ତେବେ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ

ପେଟ୍ରୋଲ-ଡିଜେଲ ଦାମ ଜାଣିବା ପାଇଁ ଆପଣ ଏସଏମଏସ ଜରିଆରେ ଜାଣିପାରିବେ। ଇଣ୍ଡିଆନ ଅଏଲ େଓ୍ଵବସାଇଟ୍‌ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ସବୁ ସହରର କୋଡ ଅଲଗା ଅଲଗା ହୋଇଥାଏ। ଯାହା ଆପଣଙ୍କୁ ଆଇଓସିଏଲ େଓ୍ଵବସାଇଟରେ ମିଳିଯିବ।

Leave A Reply

Your email address will not be published.