କେନ୍ୟୁଜ୍(ବ୍ୟୁରୋ): କୁଳାଙ୍ଗାର ପୁଅର ଉନ୍ମତ୍ତ କାଣ୍ଡ। ଛୁରୀ ଭୁଷି ମାରିଦେଲା ନିଜ ବାପାକୁ। କଟକ ଜିଲ୍ଲା ଖୁଣ୍ଟୁଣି ଥାନା ମୁଶୁଳିଆ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଘରୋଇ କଳିକୁ କେନ୍ଦ୍ର କରି ଜନ୍ମକଲା ବାପାକୁ ହତ୍ୟା କରିଛି ନିର୍ଦୟୀ ପୁଅ। ମୃତକ ଜଣକ ନାଥ ପୂର୍ତ୍ତି। ସାନଭାଇ ଯୋଗେନ୍ଦ୍ର ପୂର୍ତ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାପା ଓ ସାନ ପୁଅ ଘରେ ରହୁଥିବାବେଳେ ବଡ ପୁଅ ଅଲଗା ରହୁଥିଲା। ତେବେ ବାରମ୍ବାର କୌଣସି କାରଣକୁ ନେଇ କଳି କରୁଥିଲେ। ଏନେି ବାପା ଓ ସାନ ପୁଅ ଦୁଇ ଜଣ ଗାଁ ମୁରବୀଙ୍କୁ ଜଣାଇଥିଲେ। ଏହାକୁ ନେଇ ବଡ ପୁଅ ଉତ୍କ୍ଷିପ୍ତ ହୋଇ ୨ ଜଣଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିବାବେଳେ ସାନ ପୁଅକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଖୁଣ୍ଟୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।