ଏବେ ହଜାରେ ଜଣକୁ କରିପାରିବେ ଭିଡିଓ କଲ୍‌, Microsoft ଆଣିଲା ନୂଆ ଫିଚର

କରୋନା ମହାମାରୀ ବିଶ୍ୱରେ ନିଜ ର କାୟା ବିସ୍ତାର କରିଚାଲିଛି। ଏଥିପାଇଁ ସବୁ ବଡ ବଡ ଅଫିସ ମିଟି ଂ ଠାରୁ ଆରମ୍ଭ କରି ସ୍କୁଲ କଲେଜର ପାଠପଢା ମଧ୍ୟ ଭିଡିଓ କଲିଂ ମାଧ୍ୟମରେ ହେଉଛି । ଏହା ପୂର୍ବରୁ ଜୁମ୍ ଏବଂ ଜିଓ ନିଜର ଭିଡିଓ କଲିଂ ଆପ୍‌କୁ ଲଞ୍ଚ କରିଥିଲା। ଯାହା ସାହାଯ୍ୟରେ ୧୦୦ରୁ ଅଧିକ ଲୋକ ଭିଡିଓ କଲିଂ କରିପାରୁଥିଲେ। ଏବେ ଏହାକୁ ଦୃଷ୍ଟିରେ ରଖି ମାଇକ୍ରୋସଫ୍ଟ କମ୍ପାନୀ ନିଜ Microsoft Teams ରେ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ଏକା ସାଙ୍ଗରେ ୧୦୦୦ ଜଣ ଭିଡିଓ କଲ୍‌ରେ କରିପାରିବେ।

Together Mode:

ଏହି ମୋଡରେ ଆପଣ ଅଧିକରୁ ଅଧିକ ଲୋକଙ୍କ ସହିତ ଭିଡିଓ କଲ କରୁଥିବା ସମୟରେ ଜାଣିପାରିବେ କେଉଁ ବ୍ୟକ୍ତି ସେହି ସମୟରେ କ’ଣ କହୁଛି, ସେ ବିଷୟରେ ଜାଣିପାରିବେ। ଯାହାଦ୍ୱାରା ୟୁଜର୍ସଙ୍କ ମଧ୍ୟରେ କଥାବାର୍ତ୍ତା କରିବାରେ ଅସୁବିଧା ସମ୍ମୁଖୀନ କରିବାକୁ ପଡିବ ନାହିଁ।

Video Filters :

ଏହି ଫିଚରର ଫିଲ୍ଟର ଇନଷ୍ଟାଗ୍ରାମ ଓ ସ୍ନାପଚାଟ୍ ଫିଲଟର ଭଳି କାମ କରିଥାଏ। ଏଥିରେ ୟୁଜର୍ସ ଭିଡିଓ କଲ ଆରମ୍ଭ କରିବା ପୂର୍ବରୁ ନିଜର ପ୍ରିୟ ଫିଲଟରକୁ ଚୟନ କରିପାରିବେ। ଏମିତି କଲେ ଭିଡିଓ କଲ୍ ସମୟରେ ଲାଇଟିଂ ମଧ୍ୟ ଶାନଦାର ରହିବ।

call

Live Reactions :

ଏଥିରେ ଯୁଜର୍ସ ଲାଇଭ ଭିଡିଓ କଲିଂ କରିବା ସମୟରେ ଇମୋଜି ମଧ୍ୟ ପଠାଇପାରିବାର ସୁବିଧା ରହିଛି। ଏହି ଇମୋଜି ଜରିଆରେ ଭିଡିଓ କଲ ସମୟରେ ଆପଣ ନିଜର ପ୍ରତିକ୍ରିୟା ମଧ୍ୟ ଦେଇପାରିବେ।

Chat Bubbles :

ଏହା ଫେସ୍‌ବୁକର ମେସେଞ୍ଜର ପରି କାମ କରିଥାଏ । ଭିଡିଓ କଲି ଂ ସମୟରେ ଯଦି କୌଣସି ନୂଆ ମେସେଜ ଆସେ ତେବେ ଆପଣଙ୍କୁ ଚାଟ୍ ସ୍କ୍ରିନ୍‌କୁ ପୁନଶ୍ଚ ଯିବାକୁ ପଡିବ ନାହଁ ।

1000 Participants :

ମାଇକ୍ରୋସଫ୍ଟ ଟିମ୍ ଏହି ନୂତନ ଅପଡେଟ ଜରିଆରେ ଗୋଟିଏ ମାତ୍ର ଭିଡିଓ କଲ୍‌ରେ ୧୦୦୦ ସଦସ୍ୟ ଯୋଡି ହୋଇ ରହିପାରିବେ। ଯଦି କୌଣସି ବଡ ଧରଣର ଭିଡିଓ କଲ୍ କରିବାର ଆବଶ୍ୟକତା ପଡେ ତେବେ view only ଫିଚର ଜରିଆରେ ଏକା ସହିତ ୨୦ ହଜାର ଲୋକ ଭିଡିଓ କଲିଂ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.