Below header

କାମ ଦେଉଛି ପୋଲିସ ଡିଜିଙ୍କ ଅପିଲ, ମାଓ କ୍ୟାମ୍ପ ଛାଡି ମାଲକାନଗିରି ଏସପି ଅଫିସରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

କେନ୍ୟୁଜ୍(ବ୍ୟୁରୋ):  କାମ ଦେଉଛି ପୋଲିସ ମହାନିର୍ଦ୍ଦେଶକଙ୍କ ଅପିଲ। ମାଓ କ୍ୟାମ୍ପ ଛାଡି ସମାଜର ମୁଖ୍ୟସ୍ରୋତ ମୁହାଁହେଲେ ଦୁଇ ମାଓବାଦୀ।  ମାଲକାନଗିରି ପୋଲିସ ନିକଟରେ ୨ ହାର୍ଡକୋର  ମାଓବାଦୀଙ୍କ ଆତ୍ମସମର୍ପଣ । ଜଣେ ହେଉଛନ୍ତି ମହିଳା ମହିଳା ମାଓବାଦୀ ଲାକେ ପୁନେମ ଓ ଜଣେ ପୁରୁଷ କାନା ମାଡ଼ି ଆତ୍ମସମର୍ପଣ କରିଥିବାର ସୂଚନା ମିଳିଛି । ଏମାନେ ଦୀର୍ଘଦିନ ଧରି ମାଓ ସଙ୍ଗଠନ ରେ ସାମିଲ ରହି ବହୁ ପ୍ରମୁଖ କାର୍ଯ୍ୟ ତୁଲାଉ ଥିଲା । କାନା ମାଡ଼ି ଏସିଏମ ଭାବେ କାର୍ଯ୍ୟ କରୁଥିବା ବେଳେ ତା ନାମରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିଭଳି  ଲାକେ ମାଓ ସଂଗଠନର ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ ଓ ତା ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାର ଘୋଷଣା କରିଥିଲେ  ।

malkangiri sp

ଏମାନେ ଉଭୟ ବିଚ୍ଛିନ୍ନ ଅଞ୍ଚଳ ମାଓ ସଙ୍ଗଠନରେ କାର୍ଯ୍ୟ ରତ ଥିବା ବେଳେ ବିଚ୍ଛିନ୍ନ ଅଞ୍ଚଳ ସ୍ୱାଭିମାନ ଅଞ୍ଚଳରୂପେ ପରିଣତ ହେବା ପରେ ଅଞ୍ଚଳରେ ବିକାଶ କାର୍ଯ୍ୟ ଓ ପୋଲିସର କାର୍ଯ୍ୟକ୍ରମ ଦେଖି ଏମାନେ ମାଓ ସଂଗଠନ ଛାଡି ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।  ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ତେଲୁଗୁ କ୍ୟାଡ଼ର ମାନେ ଅନ୍ୟ ମାଓବାଦୀଙ୍କୁ ଶୋଷଣ କରୁଥିବା ମଧ୍ୟ ଏମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଲକେ ଆରକୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା ସହ ବହୁ ହିଂସାକାଣ୍ଡରେ ଜଡିତ ଥିବା ବେଳେ କାନା ମଧ୍ୟ ବହୁ ହିଂସାକାଣ୍ଡରେ  ସାମିଲ ଥିଲେ ।  ଏହି ଦୁଇ ମାଓବାଦୀ ଙ୍କ ଆତ୍ମସମର୍ପଣ ମାଓ ସଙ୍ଗଠନ ପାଇଁ ଶକ୍ତ ଝଟକା ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ମାଓବାଦୀ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଲକାନଗିରି ଏସ.ପି ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.