ଗୋଟିଏ ମଣ୍ଡପ: ବର ଏକ କିନ୍ତୁ ଦୁଇ କନିଆ, ଗୋଟେ ନିଜ ପସନ୍ଦ ଆଉ ଗୋଟେ ପରିବାର ଲୋକଙ୍କର

ସାଜିଥିଲା ମଣ୍ଡପ, ବର ମଧ୍ୟ ରେଡି। କିନ୍ତୁ ମଣ୍ଡପରେ କନିଆ ଦୁଇ । କଥାଟି ପଢିବା ପରେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶର କୋରିୟା ଗାଁରୁ ଆସିଲା ଅଜବ ବାହାଘରର ଖବର । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି ।


ରିପୋର୍ଟ ମୁତାବକ, ଜୁନ୍ ୨୯ ରେ ଏହି ଯୁବକ ଗୋଟିଏ ମଣ୍ଡପରେ ୨ ଜଣ ଝିଅଙ୍କୁ ବିବାହ କରି ସାଙ୍ଗରେ ଘରକୁ ଆଣିଥିଲେ । ବିବାହରେ ବର ଏବଂ ୨ କନ୍ୟାଙ୍କ ପରିବାର ସମେତ ଗାଁଲୋକ ବି ସାମିଲ୍ ହୋଇଥିଲେ । ଭୋପାଳରେ ଆଇଆଇଟିରେ ଅଧ୍ୟୟନ କରୁଥିବା ଆଦିବାସୀ ଯୁବକ ସନ୍ଦିପ୍ ପାଖ ଗାଁର ସୁନନ୍ଦାଙ୍କୁ ଭଲ ପାଉଥିଲେ ।

ff

ଏହି ସମୟରେ ପରିବାର ଲୋକ ସନ୍ଦିପଙ୍କ ବିବାହ ଅନ୍ୟ ଏକ ଗାଁର ଯୁବତୀ ଶଶିକଳାଙ୍କ ସହ ସ୍ଥିର କରିଦେଲେ । ଏହା ପରେ ବିବାହକୁ ନେଇ ଆରମ୍ଭ ହୋଇଗଲା ବିବାଦ । ୩ ଘରର ସଦସ୍ୟ ଗାଁର ବୟୋଜ୍ୟେଷ୍ଠଙ୍କ ସହମତିରେ ୩ ଜଣଙ୍କ ବିବାହ କରିବାକୁ ସ୍ଥିର କଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.