Below header

ସମ୍ବଲପୁର: କଚେରୀ ଛକ ରାସ୍ତା ଉପରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର, ହାତରେ ହୋଇଛି ଗଭୀର କ୍ଷତ

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର କଚେରୀ ଛକ ନିକଟରେ ଜଣେ ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହାନଦୀ ପୋଲ ନିକଟକୁ ଯାଉଥିବା ସମୟରେ ଅଚେତ ହୋଇଯାଇଥିଲେ ଯୁବତୀ ଜଣକ। ହୁଏତ ଏହି ଯୁବତୀ ଜଣକ ପୋଲ ଉପରୁ ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ କିନ୍ତୁ ତାଙ୍କ ହାତ କଟିଯାଇ ଅତ୍ୟଧିକ ରକ୍ତସ୍ରାବ ହେବାଯୋଗୁଁ ଯୁବତୀ ଆଉ ଆଗକୁ ଯାଇନପାରି ନଥିଲେ।

ଅଧାରାସ୍ତାରେ ତଳେ ପଡି ମୁମୂର୍ଷ ହୋଇଯାଇଥିଲେ। ଯୁବତୀଙ୍କ ଦୁଇ ହାତ କଟା ଯାଇଛି। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ  ପୋଲିସ ପହଞ୍ଚି ଯୁବତୀଙ୍କୁ ମେଡିକାଲକୁ ନେଇଛନ୍ତି। ଏହି ଘଟଣା ଏସପିଙ୍କ କାର୍ଯ୍ୟାଳୟ ଅତି ନିକଟରେ ଘଟିଛି। ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.