Below header

ପଚାଶରୁ ଅଧିକ ବ୍ୟଞ୍ଜନ ପରଷି ଜ୍ୱାଇଁକୁ ସ୍ୱାଗତ କଲେ ଶାଶୁ, ସୋସିଆଲ ମିଡିଆରେ ହେଲେ ଭାଇରାଲ

ପଚାଶରୁ ଅଧିକ ବ୍ୟଞ୍ଜନ ପରଷି ଜ୍ୱାଇଁକୁ ସ୍ୱାଗତ କଲେ ଶାଶୁ, ସୋସିଆଲ ମିଡିଆରେ ହେଲେ ଭାଇରାଲ । ଆମ ଭାରତୀୟ ପରମ୍ପରାରେ ଜ୍ୱାଇଁକୁ ଶ୍ୱଶୁର ଘରେ ବେଶ ଭଲ ପାଇବା ଓ ଚର୍ଚ୍ଚା ମିଳିଥାଏ । ତେବେ ଶାଶୁ ଓ ଜ୍ୱାଇଁଙ୍କ ସର୍ମ୍ପକ ମା’ ଓ ପୁଅ ଭଳି ଖୁବ ନିବିଡ ହୋଇଥାଏ । ଜ୍ୱାଇଁ ଘରକୁ ଆସିଲେ ସମସ୍ତେ ତାଙ୍କ ଚର୍ଚ୍ଚାରେ ଲାଗି ପଡନ୍ତି । ଆନ୍ଧ୍ର ପ୍ରଦେଶରେ ‘ଜମାଇ ଷଷ୍ଠୀ’ ନାମକ ଏକ ନିଆରା ପର୍ବ ରହିଛି । ଏହି ପର୍ବରେ ଜ୍ୱାଇଁ ଘରକୁ ଆସିଲେ ଶାଶୁ ଖୁବ ସ୍ନେହ ଓ ଆଦର ସହିତ ସ୍ୱାଦିଷ୍ଟ ଖାଇବା ତିଆରି କରି ଖୁଆଇ ଥାନ୍ତି । ସେହିଭଳି ଆନ୍ଧ୍ର ପ୍ରଦେଶର ଜଣେ ଶାଶୁ ତାଙ୍କ ଜ୍ୱାଇଁଙ୍କ ପ୍ରତି ଥିବା ଅତ୍ୟନ୍ତ ଭଲ ପାଇବା ଦେଖାଇ ୬୭ ପ୍ରକାରର ତରକାରୀପତ୍ର ପ୍ରସ୍ତୁତ କରିଛନ୍ତି ।

ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରଲ ହୋଇଛି । ସମସ୍ତ ତରକାରୀ ସେ କଦଳୀ ପତ୍ରରେ ପରଷିଥିବା ଭିଡିଓ ଟ୍ଵିଟର୍ରେ ଅପଲୋଡ କରିଛନ୍ତି । ଏତେ ପ୍ରକାର ବ୍ୟଞ୍ଜନ ଥିବା ଏହି ଥାଳିରେ ୫ଟି କ୍ୟାଟେଗୋରି ରହିଛି । ଡ୍ରିଙ୍କ ସହ ଷ୍ଟାର୍ଟର, ଚାଟ୍‌, ମେନକୋର୍ସ ଓ ଡେଜର୍ଟ ସବୁ ରହିଥିଲା । ଏହି ଭିଡିଓକୁ ପ୍ରାୟ ଦେଢ଼ ଲକ୍ଷ ଲୋକ ଦେଖି ସାରିଲେଣି । ଭାଇରଲ ହୋଇଥିବା ଏହି ଭିଡିଓକୁ ଦର୍ଶକ ବହୁତ ପସନ୍ଦ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । କିଛି ଲୋକ ଏମିତି ବି ଲେଖିଛନ୍ତି, ଜମାଇ ଷଷ୍ଠୀ ଭଳି ବୋହୂମାନଙ୍କ ପାଇଁ ମଧ୍ୟ ପରମ୍ପରା ରହିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.