Below header

ବଚ୍ଚନ ପରିବାର ପରେ ଏବେ ଅନୁପମ ଖେରଙ୍କ ଘର ଯାଏଁ ପହଞ୍ଚିଲା କରୋନା, ମେଡିକାଲରେ ଭର୍ତ୍ତି ହେଲେ ଅଭିନେତାଙ୍କ ମା’

କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହି ଭାଇରସ୍‌ ବଲିଉଡ୍‌ର ଷ୍ଟାରମାନଙ୍କୁ ମଧ୍ୟ ନିଜ କବ୍‌ଜାକୁ ନେଇଛି। ଗତକାଲି ବଲିଉଡର ଶେହେନ୍ସା ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଆଜି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏବେ କରୋନା ଅନୁପମ ଖେରଙ୍କ ଘରେ ପ୍ରବେଶ କରିଥିବା ଜଣାଯାଇଛି। ଏନେଇ ନିଜେ ଅନୁପମ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଅନୁପମ ଖେର ଟ୍ଵିଟ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅନୁପମ କହିଛନ୍ତି ତାଙ୍କ ମା’ ଓ ଭାଇ କରୋନା ସଂକ୍ରମିତ ହୋଇଛନ୍ତି। କିଛି ଦିନ ହେବ ତାଙ୍କ ମା’ ଦୁଲ୍ଲାରୀଙ୍କ ଦେହ ଖରାପ ଥିଲା। ତାଙ୍କୁ ଭୋକ ଲାଗୁ ନଥିଲା କି ନିଦ ବି ହେଉନଥିଲା। ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ମା’ଙ୍କର ବ୍ଲଡ ଟେଷ୍ଟ ଓ ଅନ୍ୟାନ୍ୟ ଟେଷ୍ଟ କରିଥିଲେ। ସେତେବେଳେ ତାଙ୍କର କରୋନା ଥିବା ଜଣାପଡ଼ିଥିଲା।

After Amitabh Bachchan Anupam Kher Mother Admitted To Kokilaben ...

ମା’ଙ୍କୁ କରୋନା ପଜିଟିଭ ଜଣାପଡ଼ିବା ପରେ ଅନୁପମ ଓ ତାଙ୍କ ଭାଇ ରାଜୁ ମଧ୍ୟ କରୋନା ଟେଷ୍ଟ କରିଥିଲେ। ରିପୋର୍ଟରେ ଅନୁପମଙ୍କ ନେଗେଟିଭ୍‌ ଆସିଥିବା ବେଳେ ତାଙ୍କ ଭାଇଙ୍କର ମାଇଲ୍ଡ କରୋନା ପଜିଟିଭ୍‌ ବାହାରିଛି। ତା’ପରେ ତାଙ୍କ ଭାଇଙ୍କ ପରିବାର ଟେଷ୍ଟ କରିବାରୁ ରାଜୁଙ୍କ ପତ୍ନୀ ଓ ଝିଆରୀଙ୍କର ମଧ୍ୟ କରୋନା ପଜିଟିଭ୍‌ ବାହାରିଛି। ମାତ୍ର ପୁତୁରାଙ୍କର କରୋନା ନେଗେଟିଭ୍‌ ବାହାରିଛି। ଏବେ ତାଙ୍କ ମା’ଙ୍କୁ କୋକିଲାବେନ୍‌ ମେଡିକାଲରେ ଆଡମିଟ୍‌ କରାଯାଇଛି ଓ ଏନେଇ ବିଏମ୍‌ସିକୁ ମଧ୍ୟ ସୂଚନା ଦେଇଥିବା ଅନୁପମ କହିଛନ୍ତି। ଏବେ ତାଙ୍କ ସମ୍ପୂର୍ଣ୍ଣ ଘରକୁ ସାନିଟାଇଜ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.