Below header

ଲକ ଡାଉନରେ ଅମିତାଭ କେମିତି କାଟୁଥିଲେ ଦିନ ? ଦେଶବାସୀଙ୍କୁ ସଚେତନତାର ବାର୍ତ୍ତା ବାଂଟୁଥିଲେ ମଧ୍ୟ ନିଜେ ହେଲେ ସଂକ୍ରମିତ

ଅମିତାଭ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ପ୍ରସାରିତ ହେବା ପରେ ଦେଶ ବାସୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ଅମିତାଭଙ୍କ ଜୀବନ ଶୈଳୀ କୁ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ । କରୋନା ଚେନ ଭାଙ୍ଗିବାକୁ ମାର୍ଚ୍ଚ ୨୫ ତାରିଖରେ ଦେଶବ୍ୟାପୀ ଲକଡାଉନ ଘୋଷଣା ପରେ ବଲିଉଡର ଅଧିକାଂଶ କଳାକାର ନିଜ ନିଜ ଘରେ ରହି ହିଁ କାମ କରୁଥିଲେ । ଏହି ସମୟରେ ବିଗ-ବି ନିଜ ବାସଭବନରେ ରହି ହିଁ ବିଭିନ୍ନ ପ୍ରୋଜେକ୍ଟ ମାନ କରି ଆସୁଥିଲେ । ଏମିତିକି ଅଧିକାଂଶ ସମୟରେ କରୋନା ମାହାମାରୀକୁ ରୋକିବାକୁ ଦେଶବାସୀଙ୍କୁ ଘରେ ରହି କରୋନା ଗାଇଡ଼ ଲାଇନ ପାଳନ କରିବାକୁ ପରାମର୍ଶ ଦେଇ ଆସୁଥିଲେ ବଲିଉଡ଼ ବାଦଶାହ । ଏହା ସହ “କୋନ ବନେଗା କରୋଡପତି” ଶୋ’ ର ପ୍ରୋମୋରେ ନଜରକୁ ଆସିଥିଲେ ।

amitabh

ବିଗ ବଚ୍ଚନ ନିକଟରେ ସୁଜିତ ସର୍‌କାରଙ୍କ ନିର୍ଦ୍ଦେଶିତ ‘ଗୁଲାବୋ ସିତାବୋ’ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ସହ ନଜରକୁ ଆସିଥିଲେ । ତେବେ କରୋନା ମହାମାରୀ ଯୋଗୁଁ ଏହି ଫିଲ୍ମଟି ଏଯାବତ କୌଣସି ପ୍ରେକ୍ଷାଳୟରେ ରିଲିଜ ହୋଇପାରିନାହିଁ । ତେବେ ଆମାଜନ ପ୍ରାଇମ ଭିଡିଓ ମାଧ୍ୟମରେ ଏହା ରିଲିଜ ହୋଇ ବିପୁଳ ଲୋକପ୍ରିୟତା ହାସଲ କରିଛି । ଅମିତାଭ ଶନିବାର ସନ୍ଧ୍ୟାରେ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ନିଜେ ଟ୍ୱିଟ କରି ହିଁ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ନେଇ ସୂଚନା ଦେଇଥିଲେ । ଏବେ ସୁଦ୍ଧା ନାନାବତୀ ହସ୍ପିଟାଲ ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅପେକ୍ଷାକୃତ ସ୍ଥିର ରହିଛି | ତାଙ୍କ ଠାରେ କରୋନାର ହାଲ୍କା ଲକ୍ଷଣ ମାନ ଦେଖାଦେଇଛି ।

ଅମିତାଭଙ୍କ ସହ ପୁଅ ଅଭିଷେକ ବି କରୋନା ସଂକ୍ରମିତ ଥିବା ଜଣାଯାଇଛି । ଏନେଇ ଖବର ପ୍ରସାରଣ ପରେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା ନେଇ ଦେଶବ୍ୟାପୀ ପ୍ରାଥର୍ନ କରାଯାଇଛି । ଆଜି ଦୁଇ ଜଣଙ୍କ କରୋନାର ଦ୍ଵିତୀୟ ରିପୋର୍ଟ ଆସିବାର ଅଛି । କିନ୍ତୁ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି । ଏପଟେ ବିଗତ ଦିନ ମାନଙ୍କରେ ରୂପେଲି ପରଦାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୂପସୀ ରେଖାଙ୍କ ଜଣେ ସୁରକ୍ଷାକର୍ମୀ କରୋନା ପଜିଟିଭ ଆସିବା ପରେ ତାଙ୍କ ବାସଭବନକୁ ସିଲ କରି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.