Below header

‘ଏବେ ମନ୍ଦିର ବନ୍ଦ, ଭଗବାନ ଧଳା ପୋଷାକ ପିନ୍ଧି ହସ୍ପିଟାଲରେ ବୁଲୁଛନ୍ତି’, ଡାକ୍ତରଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଲେ ବିଗ ବି

କେନ୍ୟୁଜ୍(ବ୍ୟୁରୋ): ବଲିଉଡର ଅତି ଲୋକପ୍ରିୟ ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ଗତକାଲି ରାତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲକୁ ଉଭୟଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ହସପିଟାଲରେ ଚିକିତ୍ସାଧୀନ ଥିବା ଅମିତାଭଏକ ଭିଡିଓ ମେସେଜ ଜରିଆରେ ନାନାବତି ହସ୍ପିଟାଲର ସମସ୍ତ ଡାକ୍ତର ଏବଂ ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି ଯେ ଏବେ ମନ୍ଦିର ବନ୍ଦ ଥିବା କାରଣରୁ ଭଗବାନ ଧଳା ପୋଷାକ ପିନ୍ଧି ହସ୍ପିଟାଲରେ ବୁଲୁଛନ୍ତି । ଏହି କଠିନ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଥିବା ଡାକ୍ତରମାନଙ୍କୁ ଭଗବାନ ସହ ତୁଳନା କରିଛନ୍ତି । ମାନବିକତା ଦୃଷ୍ଟିରୁ କାମ କରୁଥିବାରୁ ଅମିତାଭ ଡାକ୍ତରମାନଙ୍କ ପାଖରେ ନତ ମସ୍ତକ ବୋଲି କହିଛନ୍ତି । ଏହି ନିରାଶାଜନକ ପରସ୍ଥିତିରେ ଜନସାଧାରଣଙ୍କୁ ଭାଙ୍ଗି ନପଡ଼ି କରି ଧୈର୍ଯ୍ୟର ସହ ମୁକାବିଲା କରିବାକୁ ସେ ବାର୍ତ୍ତା ଦେଇଛନ୍ତି । ଖୁବ୍‌ ଶୀଘ୍ର ଆମେ ଏହି ଘଡିସନ୍ଧି ମୁହୂର୍ତ୍ତରୁ ବାହାରିକି ଆସିବା ବୋଲି ବିଗ୍ ବି ସମସ୍ତଙ୍କୁ ଆଶ୍ୱସ୍ତି ବାଣୀ ଶୁଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.