ନ୍ଯାସନାଲ ବ୍ଯାଙ୍କ ଫର୍ ଏଗ୍ରୀକଲ୍ଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ(NABARD)ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଛୁକ ଆବେଦନକାରୀ ଅଧିକାରୀକ ୱେବସାଇଟ୍ ଜରିଆରେ ଆବେଦନ ପ୍ରକ୍ରିୟା ପୁରଣ କରିପାରିବେ। ସୂଚନା ଅନୁଯାୟୀ ଏହି ନିଯୁକ୍ତି ରିସ୍କ ମ୍ଯାନେଜର, ପ୍ରୋଜେକ୍ଟ ମ୍ଯାନେଜର, ସାୟବର ସିକ୍ଯୋରିଟି ମ୍ଯାନେଜର ଏବଂ ଅନ୍ଯ ପଦବୀରେ ନିଯୁକ୍ତି ହେବ। ଆବେଦନକାରୀ ଆବେଦନ ପ୍ରକ୍ରିୟା ପୁରଣ କରିବା ପୂର୍ବରୁ ପ୍ରଥମେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ।
ପଦବୀ ନାମ:
ରିସ୍କ ମ୍ଯାନେଜର, ପ୍ରୋଜେକ୍ଟ ମ୍ଯାନେଜର, ସାୟବର ସିକ୍ଯୋରିଟି ମ୍ଯାନେଜର ଏବଂ ଅନ୍ଯାନ୍ଯ ପଦବୀ।
ପଦବୀ ସଂଖ୍ଯା:
ସମୁଦାୟ ୧୩ଟି ପଦ
ଶିକ୍ଷାଗତ ଯୋଗ୍ଯତା:
ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ଯତା ପଦବୀ ଅନୁଯାୟୀ ଭିନ୍ନ-ଭିନ୍ନ ନିର୍ଦ୍ଦାରିତ କରାଯାଇଛି।
ବୟସ ସୀମା:
ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୬୨ ବର୍ଷ ନିର୍ଦ୍ଦାରିତ କରାଯାଇଛି।
ଜରୁରୀ ତାରିଖ:
ଅନଲାଇନ୍ ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୦୭ ଅଗଷ୍ଟ ୨୦୨୦
ଅନଲାଇନ୍ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୩ ଅଗଷ୍ଟ ୨୦୨୦
ଏପରି କରନ୍ତୁ ଆବେଦନ:
ଆବେଦନକାରୀ ନ୍ଯାସନାଲ ବ୍ଯାଙ୍କ ଫର୍ ଏଗ୍ରିକଲ୍ଚର ଆଣ୍ଡ ରୁରାଲ ଡେଭଲପମେଣ୍ଟର ଅଧିକାରୀକ ସ୍ବେବସାଇଟ୍ www.nabard.org ଜରିଆରେ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଜାରି କରାଯାଇଥିବା ସମସ୍ତ ସୂଚନା ସମ୍ପର୍କରେ ଅବଗତ ହେବା ପରେ ଆସନ୍ତା ଅଗଷ୍ଟ ୨୩ ତାରିଖ ପୂର୍ବରୁ ପୂରଣ କରିପାରିବେ। ଆବେଦନ ସମୟରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ଯାନ ରଖନ୍ତୁ।
ଚୟନ ପ୍ରକ୍ରିୟା:
ଆବେଦନକାରୀଙ୍କୁ ସଟଲିଷ୍ଟ ଏବଂ ସାକ୍ଷାତକାର ମାଧ୍ଯମରେ ଚୟନ କରାଯିବ।