ଗୋଟେ ମାଙ୍କଡାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ମାଙ୍କଡର ଆକ୍ଟିଭିଟିକୁ ଦେଖିଲେ ଆପଣ ବି ହସି ହସି ବେଦମ୍ ହୋଇଯିବେ। ମାଙ୍କଡ ଯାହା କରୁଛି ତାକୁ ଆପଣଙ୍କୁ ଦେଖିବାର କଥା ଆଉ ଶିଖିବାର କଥା ମଧ୍ୟ। ଏହି ଭିଡିଓରେ ମାଙ୍କଡ କରୁଥିବା ଆକ୍ଟିଭିଟିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟେ ମାଙ୍କଡ ଏକ ଗିଫ୍ଟକୁ ଖୋଲୁଛି।
ମାଙ୍କଡଟି ଗିଫ୍ଟକୁ ଦେଖି ଏକଦମ୍ ଖୁସି ହୋଇଯାଉଛି। ଆଉ ଗିଫ୍ଟକୁ ହାତରେ ଧରି ଆରାମରେ ବେଡ୍ ଉପରେ ବସି ଖୋଲୁଛି। ମାଙ୍କଡଟି ଗିଫ୍ଟ ଖୋଲି ଦେଖିଲା ସେଥିରେ ପାଣି ବୋଟଲ ଅଛି ଆଉ ଏହା ଦେଖି ମାଙ୍କଡ ବି ଖୁସି ହୋଇଯାଉଛି। ବୋଟଲର ଢ଼ାଙ୍କୁଣୀ ଖୋଲିବାକୁ ଚେଷ୍ଟା କରୁଛି। ତେବେ ସବୁଠାରୁ ମଜାଳିଆ କଥା ହେଉଛି ଯେମିତି ହିଁ ମାଙ୍କଡ ବୋଟଲର କ୍ୟାପ୍ ଖୋଲିଲା ସେତେବେଳେ ସେ ଏଣେତେଣେ ଦେଖିବାକୁ ଲାଗିଲା।
ଏହାପରେ ମଣିଷଙ୍କ ଭଳି ବୋଟଲଟିକୁ ଦେଖିବା ପରେ ମାନୁଆଲ ବୁକ୍ ହାତରେ ଧରି ବହୁତ ମଜାଳିଆ ଢ଼ଙ୍ଗରେ ଦେଖିବାକୁ ଲାଗିଲା। ମାଙ୍କଡ ଚେହେରାର ଖୁସି ଦେଖି ଆପଣଙ୍କୁ ଏମିତି ଲାଗିବ ଯେମିତି ସେ ସତରେ ମାନୁଆଲ ବୁକ ପଢ଼ୁଛି ଏବଂ ପଢ଼ିବା ସହିତ ଲାଗୁଛି ଯେମିତି ବହିରେ କଣ ଲେଖାଅଛି ସହଜରେ ବୁଝିବି ପାରୁଛି।
ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଭିଡିଓକୁ ଏବେ ପଯ୍ୟର୍ନ୍ତ ୧୦ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ସେହିପରି ଭିଡିଓକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।
George got a new thermos. Reads the instructions and all… pic.twitter.com/7pwtLWzcvq
— Rex Chapman🏇🏼 (@RexChapman) August 6, 2020