ଜନ୍ମାଷ୍ଟମୀରେ ଘରକୁ ନିଶ୍ଚୟ ଆଣନ୍ତୁ ଏହି ୩ଟି ଜିନିଷ, ପୂରଣ ହେବ ସବୁ ମନୋସ୍କାମନା

ଆସନ୍ତାକାଲି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ସାରା ଦେଶରେ ଏହି ଦିନଟିକୁ ଜନ୍ମାଷ୍ଟମୀଭାବେ ପାଳନ କରାଯାଏ। କେତେକ ସ୍ଥାନରେ ଏହାକୁ ଗୋକୁଳାଷ୍ଟମୀ ମଧ୍ୟ କୁହାଯାଏ। ଜନ୍ମାଷ୍ଟମୀରେ ଲୋକମାନେ ବିଧିବିଧାନ ଅନୁସାରେ ବ୍ରତ ରଖି ରାତି ୧୨ଟାରେ ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରିଥାନ୍ତି। ତେବେ ବିଶ୍ୱାସ ରହିଛି ଯେ ଏହି ଦିନ ୩ଟି ଜିନିଷ ଘରକୁ ଆଣିବା ବହୁତ ଶୁଭ ହୋଇଥାଏ। ଏହି ଜିନିଷ କୃଷ୍ଣଙ୍କର ପ୍ରିୟ ହୋଇଥିବାରୁ ଘରର ସମସ୍ତଙ୍କର ମଙ୍ଗଳ ହୋଇଥାଏ। ଆସନ୍ତୁ ଜାଣିବା ଜନ୍ମାଷ୍ଟମୀରେ କେଉଁ ଜିନିଷ ଘରକୁ ଆଣିବା ଶୁଭ ହୋଇଥାଏ…

bal-gopal

ବଇଁଶୀ:

ଭଗବାନ୍‌ ଶ୍ରୀକୃଷ୍ଣଙ୍କର ସବୁଠୁ ଅଧିକ ପ୍ରିୟ ହେଉଛି ବଇଁଶୀ। ଏଣୁ ତାଙ୍କୁ ମୁରଲୀ ମନୋହର ମଧ୍ୟ କୁହାଯାଏ। ମାନ୍ୟତା ରହିଛି ଯେ ଯେଉଁ ଘରେ ବଇଁଶୀ ରହିଥାଏ ସେଠାରେ ଭଗବାନ ଶ୍ରୀକୃଷ୍ଣ ବାସ କରିଥାନ୍ତି। ଏଥିସହ କେବେ ବି ଘରେ ଧନର ଅଭାବ ରହେ ନାହିଁ।

ବାଲ ଗୋପାଲ:

ଶ୍ରୀକୃଷ୍ଣଙ୍କ ଜନ୍ମ ଜନ୍ମାଷ୍ଟମୀରେ ହୋଇଥିଲା। ଏହି କାରଣରୁ ଭଗବାନ କୃଷ୍ଣଙ୍କୁ ଲଡୁ ଗୋପାଲ ରୂପରେ ଏହି ଦିନ ପୂଜା କରାଯାଏ। ସନ୍ତାନ ଚାହୁଁଥିବା ଦମ୍ପତି ଏହି ଦିନ ଘରକୁ ବାଳ ଗୋପାଲଙ୍କ ମୂର୍ତ୍ତି ଆଣିଲେ ତାଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

janmashtami

ଘିଅ ଲହୁଣୀ:

ଶ୍ରୀକୃଷ୍ଣଙ୍କର ସବୁଠୁ ପ୍ରିୟ ଖାଦ୍ୟ ହେଉଛି ଲହୁଣୀ। ଏଣୁ ତାଙ୍କୁ ମାଖନ ଚୋର ବୋଲି ମଧ୍ୟ କୁହାଯାଏ। କୁହାଯାଏ ଯେ ଜନ୍ମାଷ୍ଟମୀରେ ଗାଈର କ୍ଷୀରରେ ତିଆରି ଘିଅ ଓ ଲହୁଣୀ ଘରକୁ ଆଣି ଭୋଗ ଲଗାଇବା ଦ୍ୱାରା ସବୁ ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.