Below header

ସମ୍ବଲପୁରୀ ଶାଢ଼ି ପିନ୍ଧି ଏକଦମ୍‌ ସିମ୍ପଲ ଲୁକରେ ପୁରୀ କୋଣାର୍କ ମନ୍ଦିର ଦେଖିବାକୁ ପହଁଚିଲେ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ, ପବ୍ଲିକ ବି ଦେଖି ଖାଇଗଲେ ଧୋକା

ହିନ୍ଦୀ ଟେଲିଭିଜନ ଧାରାବାହିକ ‘ଦୀୟା ଔର ବାତୀ ହମ୍’ ଫେମ ଦୀପିକା ସିଂହଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଦୀପିକା ସିଂହ,ଯାହାଙ୍କୁ କି ଲୋକମାନେ ସନ୍ଧ୍ୟା ନାମରେ ଜାଣିଛନ୍ତି। ଏବେ ଦୀପିକା ସିଂହ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି। ଆଉ ସେ ପ୍ରତ୍ୟେକଦିନ ସେ ନିଜ ଆକାଣ୍ଟରେ ଭିଡିଓ ଏବଂ ଫଟୋ ପୋଷ୍ଟ କରନ୍ତି। ଏବେ ପୁଣି ଥରେ ଦୀପିକାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଦୀପିକା ଓଡିଶାର କୋଣାର୍କ ମନ୍ଦିର ବୁଲୁଥିବାର ଦେଖିବାକୁ ମିଳୁଛି।


ଏହି ସମୟରେ ସେ ବ୍ଲୁ କଲର ଶାଢ଼ି ପିନ୍ଧିଥିବାବେଳ ହାତରେ ବ୍ଲାକ କଲରର ବ୍ୟାଗ ଧରିଛନ୍ତି। ଏଥିରେ ଦୀପିକା ବହୁତ ସିମ୍ପଲ ଲୁକରେ କୋଣାର୍କ ମନ୍ଦିର ଦର୍ଶନ କରୁଥଲେ। ଦୀପିକା ଏହି ସିମ୍ପଲ ଲୁକରେ ନିଜ ପ୍ରିୟର ଅଭିନେତ୍ରୀଙ୍କୁ ଦେଖି ସେଠାରେ ଥିବା ଲୋକେ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତେ ଭାବିଲେ ଏ ସେହି ଆଇପିଏସ୍‌ ସନ୍ଧ୍ୟା ରାଠୀ ନା ତାଙ୍କ ଭଳି ଦେଖାଯାଉଛିବା ଆଉ କିଏ ସାଧାରଣ ମହିଳା। କିନ୍ତୁ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଦୀପିକାଙ୍କର ଏହି ଲୁକ ଖୁବ୍‌ ପ୍ରଶଂସା କରିଛନ୍ତି।

sandhyaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୀପିକା ତାଙ୍କର ଏକ ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ ସେ ଏହି ଶାଢ଼ୀକୁ ଓଡିଶାରୁ କିଣିଥିବା ମଧ୍ୟ କ୍ୟାପସନରେ କହିଛନ୍ତି। ଏହି ଭାଇରାଲ ହେଉଥିବା ଭିଡିଓରେ ଦୀପିକା ସିଂହ ସାଢ଼ି ପିନ୍ଧିଥିବା ଦେଖିବାକୁ ମିଳୁଛି। ଆଉ ସମୁଦ୍ର କିନାରାରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଦୀପିକାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ସେୟାର ହେବାର ମାତ୍ର କିଛି ଘଣ୍ଟା ଭିତରେ ଏହି ଭିଡିଓଟି ଖୁବ୍‌ ଭାଇରାଲ ହୋଇଥିଲା। ଆପଣ ବି ଦେଖନ୍ତୁ ସନ୍ଧ୍ୟାଙ୍କର ଏହି ଭିଡିଓ।


ଦୀପିକା ଏଥିରେ ଓଡିଶୀ ଡ୍ୟାନ୍ସ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ତାଙ୍କର ଏହି ଓଡିଆଣ ଅନ୍ଦାଜକୁ ତାଙ୍କର ଫ୍ୟାନ୍ସ ଖୁବ୍‌ ପସନ୍ଦ କରୁଛନ୍ତି। ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ଦୀପିକାଙ୍କର ଏହି ଭିଡିଓ ପୁରୁଣା ହୋଇଥିଲେ ବି ଏବେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.