Below header

ଟ୍ବିନ ସିଟି କରୋନା ଅପଡେଟ: ଭୁବନେଶ୍ବରରୁ ଆଉ ୧୩୩ ଓ କଟକର ୫୩ ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରରେ ଆଜି ୧୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଓ ୩୭ଜଣ ଲୋକାଲ କେସ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି  ବିଏମସି। ଏହି ଆକ୍ରାନ୍ତମାନଙ୍କୁ  ମିଶାଇ ରାଜଧାନୀ ଭୁବନେଶ୍ବରରେ ୪୦୬୨ ଓ ସୁସ୍ଥ ସଂଖ୍ୟା ୨୬୭୩ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ରହିଛି ୧୩୬୭ ।

ଲୋକାଲ  କେସ୍ ମଧ୍ୟରେ ଅଛନ୍ତି ୟୁନିଟ-୮ ଅଞ୍ଚଳରୁ ଜଣେ ପୁରୁଷ, ଭିମଟାଙ୍ଗୀ ଅଞ୍ଚଳରୁ ଜଣେ ପୁରୁଷ, ଚିନ୍ତାମଣିଶ୍ୱେର ଅଞ୍ଚଳରୁ ଜଣେ ପୁରୁଷ, ଝାରପଡ଼ା ଅଞ୍ଚଳରୁ ତିନିଜଣ, ସାମନ୍ତରାପୁର ଅଞ୍ଚଳରୁ ଜଣେ ମହିଳା, କଟକ ପୁରୀ ରୋଡରୁ ଜଣେ ପୁରୁଷ, ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରୁ ଜଣେ ପୁରୁଷ, ଭିଏସ୍‌ଏସ୍‌ ନଗର, କାଳୀ ମନ୍ଦିର,ଡମଣା, ଭୋଇ ନଗର,ଲକ୍ଷ୍ମୀସାଗର, ନୀଳାଦ୍ରି ବିହାର, ପଟିଆ ପ୍ରଶାନ୍ତି ବିହାରରୁ ଜଣେ ଲେଖାଏଁ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଡୁମ୍‌ଡୁମା ଫେଜ୍‌-୨ରୁ ୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ସେହିପରି ଜୟଦେବ ବିହାରରୁ ଦୁଇଜଣ, ଚନ୍ଦ୍ରଶେଖରପୁରରୁ ଜଣେ, ଭରତପୁରରୁ ଜଣେ, ଡୁମ୍‌ଡୁମାରୁ ଜଣେ, ଆଇଆରସି ଭିଲେଜ ଏନ୍‌-୫ରୁ ଜଣେ, ଡେଲଟା ସ୍କୋୟାର ପାଇକ ନଗର ଅଞ୍ଚଳରୁ ଜଣେ ମହିଳା, ସହିଦ ନଗର ତେଲଗୁ ବସ୍ତି ଅଞ୍ଚଳରୁ ଜଣେ ପୁରୁଷ, ଚନ୍ଦ୍ରଶେଖରପୁର ବିଳାଶୁଣୀ ମଣ୍ଡପ ଅଞ୍ଚଳରୁ ଜଣେ ପୁରୁଷ, ଆଇଆରସି ଭିଲେଜ ଏନ୍‌-୬ରୁ ଜଣେ ପୁରୁଷ, ବିଜେବି ନଗର ମହିଷଖାଲରୁ ଜଣେ ମହିଳା, କପିଳେଶ୍ୱେର କୁମ୍ଭାର ସାହିରୁ ଜଣେ ପୁରୁଷ, ଗୋସାଗୋରେଶ୍ୱର ଛକରୁ ଜଣେ ମହିଳା, ରଣସିଂହପୁରରୁ ଜଣେ ପୁରଷ, ସୂର୍ଯ୍ୟନଗରରୁ ଦୁଇଜଣ ଓ ୟୁନିଟ-୯ରୁ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

 

ସେହିଭଳି କଟକରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୫୩ଜଣଙ୍କ ମଧ୍ୟରୁ ୧୯ ଜଣ କଣ୍ଟେନମେଣ୍ଟ ଜୋନରୁ, ୦୬ଜଣ ସରକାରୀ କ୍ୱାରେନ୍‌ଟାଇନ୍‌ରୁ ଓ ୧୮ଜଣ ଘରୋଇ ସଙ୍ଗରୋଧରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଟି ଲୋକାଲ କେସ୍ ରହିଛି। କ୍ବାରେଣ୍ଟାଇନ୍ରୁ ୪୩ ଜଣ ଚିହ୍ନଟ ହୋଇଥିବାବେଳେ କଣ୍ଟେନେମେଣ୍ଟ ଜୋନ୍ରୁ ୧୯ ଜଣ ରହିଥିବାବେଳେ ୦୬ ଜଣ ସରକାରୀ କ୍ବାରେଣ୍ଟାଇନ୍ ଓ ୧୮ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି । ମାଲଗୋଦାମ ଜାଲୁଆ ସାହିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାମନ୍ତ ସାହିରୁ ୭ ଜଣ, ଚୌଧୁରୀ ବଜାରରୁ ୬ଜଣ, ପଟ୍ଟାପୋଲରୁ ୨ ଜଣ ଚିହ୍ନଟ ହୋଇଛି।

ଲୋକାଲ ୧୦ କେସ୍ ମଧ୍ୟରୁ ଫ୍ରେଣ୍ଡସ୍ କଲୋନୀରୁ ୨୮ ବର୍ଷୀୟ ଯୁବକ ଥିବାବେଳେ ରାଜା ବଗିଚାରୁ ଜଣେ ୩୭ ବର୍ଷୀୟ କୋଭିଡ୍ ଯୋଦ୍ଧା ରହିଛନ୍ତି । ସେହିପରି ବାମ୍ପୀ ସାହିରୁ ୬୧ ବର୍ଷୀୟ ପୁରୁଷ ରହିଥିବାବେଳେ କନିକା ବଜାରରୁ ୩୩ ବର୍ଷୀୟ ପୁରୁଷ ରହିଛନ୍ତି । ଦର୍ଘା ବଜାରରୁ ୫୫ ବର୍ଷୀୟା ମହିଳା ଥିବାବେଳେ ମହତାବ ନଗରରୁ ଜଣେ କୋଭିଡ୍ ଯୋଦ୍ଧା ରହିଛନ୍ତି । ସେହିପରି ମଧୁପାଟଣାରୁଜଣେ ୫୨ ବର୍ଷୀୟ ପୁରୁଷ ରହିଥିବାବେଳେ ସେକ୍ଟର ୧୦ ସିଡିଏରୁ ୫୭ ବର୍ଷୀୟ ବ୍ୟକ୍ତି ରହିଛନ୍ତ ସିଡିଏ ସେକ୍ଟର -୭ରୁ ଜଣେ ୩୭ ବର୍ଷୀୟ କୋଭିଡ୍ ଯୋଦ୍ଧା ରହିଥିବାବେଳେ ସାହେବଜାଦା ବଜାରରୁ ଜଣେ ୫୫ ବର୍ଷୀୟ ପୁରୁଷ ରହିଛନ୍ତି ।

ନୂତନ ୫୩ ଜଣ ଚିହ୍ନଟ ହେବା ପରେ କଟକ ସହରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ୭୨୧ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି ୯୧୨ ଜଣ । ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ୭୯୯ ଜଣ ସକ୍ରିୟ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.