Below header

ଆଜି ରାଜ୍ୟରେ ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ପୁଣି ରାଜ୍ୟର ୨୩ଟି ଜିଲ୍ଲାରୁ ଆଜି ୧୨୩୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି  ସୁସ୍ଥ। ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୧୮୨ଜଣ, ରାୟଗଡ଼ାର ୮୩, କନ୍ଧମାଳର ୭୪, ମାଲକାନଗିରିର ୫୧, ଅନୁଗୁଳର ୩୯, କୋରାପୁଟର ୩୬, ବାଲେଶ୍ୱରର ୩୫, ବରଗଡ଼ର ୩୪ ଓ ଜଗତସିଂହପୁରର ୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସୁନ୍ଦରଗଡ଼ର ୩୨, ଭଦ୍ରକର ୩୧, ଯାଜପୁରର ୨୯, ଗଜପତିର ୨୮, ମୟୁରଭଞ୍ଜ ର ୨୩, ନବରଙ୍ଗପୁରର ୧୫, ପୁରୀର ୧୪, କେନ୍ଦ୍ରାପଡ଼ାର ୧୦, ବୌଦ୍ଧ ୯, ଝାରସୁଗୁଡ଼ା ୮, ନୟାଗଡ଼ର ୬, କଟକର ୩ , କେନ୍ଦ୍ରାପଡ଼ାର ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

ଆଜି ରାଜ୍ୟରେ ୧୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୩୯ ଓ ସ୍ଥାନୀୟ ଅଞ୍ଚଳରୁ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫କୁ ବୃଦ୍ଧି ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.