Below header

୭ ଜଣ ବିଶିଷ୍ଟ ଶିଳ୍ପୀଙ୍କୁ ପ୍ରଦାନ କରାଗଲା ‘ଧର୍ମପଦ’ ପୁରସ୍କାର

ଭୁବନେଶ୍ୱର(କେନ୍ୟୁଜ୍): ଚଳିତ ବର୍ଷ  ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ପୁରସ୍କାର ‘ଧର୍ମପଦ’ ପୁରସ୍କାର । ୭ ଜଣ ବିଶିଷ୍ଟ ଶିଳ୍ପୀଙ୍କୁ ପ୍ରଦାନ କରାଯାଇଛି  ।ଶିଳ୍ପୀମାନଙ୍କ ଘରକୁ ଯାଇ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରତି ଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା ସହ ତାମ୍ର ଫଳକ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି ।

୨୦୦୯ ବର୍ଷ ପାଇଁ ଗୋକୁଳି ବିହାରୀ ପଟ୍ଟନାୟକ, ୨୦୧୦ ବର୍ଷ  ପାଇଁ ସ୍ୱର୍ଗତ ଅସୀମ ବସୁ, ୨୦୧୧ ବର୍ଷ ପାଇଁ ଡକ୍ଟର ଦୁର୍ଗାପ୍ରସାଦ ଦାସ, ୨୦୧୨ ବର୍ଷ ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ବର୍ଷ ପାଇଁ ପଦ୍ମଭୂଷଣ ଯତୀନ ଦାସ, ୨୦୧୪ ପାଇଁ ସ୍ୱର୍ଗତ ଦିନନାଥ ପାଠୀ ଓ ୨୦୧୫ ବର୍ଷ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି  । ଅସୀମ ବସୁ, ଦିନନାଥ ପାଠୀ ଓ ଗୋକୁଳି ପଟ୍ଟନାୟକଙ୍କୁ ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି ଏହି ପୁରପସ୍କାର  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.