Below header

ଏଥର ଜନ୍ମାଷ୍ଟମୀରେ ପଡ଼ୁଛି ବିଶେଷ ଯୋଗ, ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କଲେ ମିଳିବ ଦୁଇ ଗୁଣ ଫଳ

ମଙ୍ଗଳବାର ଜନ୍ମାଷ୍ଟମୀ ପର୍ବ ପାଳନ ହେଉଛି । ଚଳିତ ବର୍ଷ ଅଷ୍ଟମୀ ତିଥି ଅଗଷ୍ଟ ୧୧ ଓ ୧୨ ଦୁଇ ଦିନ ଧରି ପାଳନ ହେବ । ଏଥିପାଇଁ କିଛି ଯାଗାରେ ମଙ୍ଗଳବାର ଓ କିଛି ଯାଗାରେ ବୁଧବାର ଜନ୍ମାଷ୍ଟମୀ ପର୍ବ ପାଳନ କରାଯିବ । ଦୀର୍ଘ ୨୭ ବର୍ଷ ପରେ ଚଳିତ ବର୍ଷ ଏକ ବିଶେଷ ଯୋଗ ପଡ଼ୁଥିବାରୁ ଏଥରର ଜନ୍ମାଷ୍ଟମୀ ବହୁତ ଶୁଭ ଫଳ ଦେବ ବୋଲି କୁହାଯାଉଛି ।

୧୯୯୩ ମସିହା ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବୁଧାଷ୍ଟମୀ ଓ ସର୍ବାର୍ଥ ସିଦ୍ଧ ଯୋଗ ପଡ଼ୁଛି । ଜନ୍ମାଷ୍ଟମୀ ଦିନ ରାହୁ କାଳ ଦିନ ୧୨ ଟା ୨୭ ମିନିଟ୍‌ ଠାରୁ ଦିନ ୦୨ଟା ୦୬ ମିନିଟ୍‌ ଯାଏ ରହିବ । ଏଥର ଜନ୍ମାଷ୍ଟମୀ ଦିନ କୃତ୍ତିକା ନକ୍ଷତ୍ର ରହିବ । ଏହା ପରେ ରୋହିଣୀ ନକ୍ଷତ୍ର ଭୋଗ ହେବ । ପୂଜା କରିବାର ଶୁଭ ସମୟ ରାତି ୧୨ ଟା ୦୫ ମିନିଟ୍‌ ଠାରୁ ରାତି ୧୨ ଟା ୪୭ ମିନିଟ୍‌ ପର୍ଯ୍ୟନ୍ତ ରହିବ । ସବୁଠାରୁ ବଡ଼ କଥା ଜନ୍ମାଷ୍ଟମୀ ପୁରା ଦିନ ସିଦ୍ଧି ଯୋଗ ରହୁଛି ।

lord krishna.JPG-1

ଆସନ୍ତୁ ଜାଣିବା କେଉଁ ତିଥିରେ ଜନ୍ମାଷ୍ଟମୀ ପାଳନ କରିବା ଶୁଭ ହେବ ।

. ଶ୍ରୀକୃଷ୍ଣ ୫୬ ଭୋଗରେ ଖୁସି ହୁଅନ୍ତି

ଏହି ଦିନ ଶ୍ରୀକୃଷ୍ଣଙ୍କୁ ୫୬ ଭୋଗ ଦେବାର ବିଧି ରହିଛି । ତେବେ ଏହି ପରମ୍ପରା କେବେ ଠାରୁ ସୃଷ୍ଟି ହୋଇଛି ସେ ସମ୍ପର୍କରେ କିଛି ତଥ୍ୟ ନାହିଁ । ୫୬ ଭୋଗରେ ଶ୍ରୀକଷ୍ଣ ପ୍ରସନ୍ନ ରହିଥାନ୍ତି ଓ ସମସ୍ତ ମନୋକାମନା ପୂର୍ଣ୍ଣ କରିଥାନ୍ତି ବୋଲି ଧାର୍ମିକ ମାନ୍ୟତା ରହିଛି ।

. ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କୃଷ୍ଣାଷ୍ଟମୀ ସମୟ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ପର୍ବ କୃଷ୍ଣ ଅଷ୍ଟମୀ ତିଥିର ଆରମ୍ଭ ୧୧ ଅଗଷ୍ଟ ସକାଳ ୯ଟା ୦୬ ମିନିଟ୍‌ରୁ ୧୨ ଅଗଷ୍ଟ ଦିନ ୧୧ଟା ୧୬ ମିନିଟ୍‌ ଯାଏ ଭୋଗ ହେବ । ଯଦି ରୋହିଣୀ ନକ୍ଷତ୍ର କଥା କୁହାଯାଏ ତେବେ ଏହାର ଆରମ୍ଭ ୧୩ ଅଗଷ୍ଟ ୦୩ ଟା ୨୭ ମିନିଟ୍‌ ରୁ ୦୫ ଟା ୨୨ ମିନିଟ୍‌ ଯାଏ ରହିବ । ହେଲେ ୧୨ ଅଗଷ୍ଟ ଦିନ ସିଦ୍ଧି ଯୋଗ ପଡୁଥିବାରୁ ଏହା ବିଶେଷ ଲାଭ ଦାୟକ ବୋଲି କେତେକ ଗଣନାକାରୀଙ୍କ ମତ । କାରଣ ଏ ବର୍ଷ ରୋହିଣୀ ନକ୍ଷତ୍ର ଓ ତିଥି ଏକ ସହିତ ସଂଯୋଗ ହୋଇପାରୁନାହିଁ ।

. ପୁରୀ ଜଗନ୍ନାଥଙ୍କ ନିକଟରେ ଏବର୍ଷ କେତେବେଳେ ପାଳନ କରାଯିବ

ପୁରୀ, ବାରାଣାସୀ ଓ ଉଜ୍ଜୟନୀରେ ଏବର୍ଷ ଜନ୍ମାଷ୍ଟମୀ ୧୧ ତାରିଖରେ ପାଳନ କରାଯିବ । କାରଣ ୧୧ ତାରିଖରେ ଅଷ୍ଟମୀ ତିଥି ଆରମ୍ଭ ହେଉଛି ।
୧୧ ତାରିଖ ସୂର୍ଯ୍ୟ ଉଦୟ ପରେ ଅଷ୍ଟମୀ ତିଥି ପଡୁଥିବାରୁ ଗୃହସ୍ଥ ଲୋକ ଏହାକୁ ପାଳନ କରିବେ । ଯଦିଓ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥି ବୃଷ ରାଶି ରୋହିଣୀ ନକ୍ଷତ୍ରରେ । ଚଳିତ ବର୍ଷ ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ର ପହୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.