Below header

ଏସ୍କର୍ଟ ଗାଡି ସହ ଜବତ ହେଲା ୧ କୁଇଣ୍ଟାଲ ନୀଳ ଜହର, ୪ ଗିରଫ 

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ପକ୍ଷରୁ ରାଇସିଂ ଛକରେ ଜାନବାହନ ଯାଞ୍ଚ ବେଳେ ଏକ ବୋଲେରୋ ପିକଅପ ନଂ JH-05-CR-1775ରୁ ୫ଟି ପ୍ଲାଷ୍ଟିକ ବସ୍ତା ରେ ଚାଲାଣ କରାଯାଉଥିବା ୧୦୪ କେଜି ଗଞ୍ଜେଇ ଜବତ କରାଯାଇଛି l ପୋଲିସ ର ଯାଞ୍ଚ ବେଳେ ସନ୍ଦେହ ଜଣକ ଭାବେ ଉକ୍ତ ଗାଡିକୁ ତନଖି କରାଯିବା ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା, ଜବତ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।  ଏହାସହ ଗଞ୍ଜେଇ ଭର୍ତ୍ତି ପିକଅପକୁ ଏସ୍କର୍ଟ କରି ନେଉଥିବା ଏକ ସ୍ବିଫ୍ଟ ଡିଜାୟର କାର ନଂ JH-05-Y-8595କୁ ମଧ୍ୟ୍ୟ ପୋଲିସ ଜବତ କରିଛି l

ଜବତ ଗଞ୍ଜେଇ ରାୟଗଡା ଜିଲ୍ଲା ପଦ୍ମପୁର ଥାନା କେନ୍ଦୁଗୁଡା ଅଞ୍ଚଳରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି l ଏହି ମାମଲାରେ ଝାଡ଼ଖଣ୍ଡ ସାରେଇକେଲା ଖରସୁଆନ ଅଞ୍ଚଳ ରସବୀର ଅହମ୍ମଦ,ମହମ୍ମଦ ସାକିବ,ମୁବାରକ ଆନସାରୀ ଏବଂ ଜମିଉଦ୍ଦିନ ମୋମିନକୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.