ଖୋର୍ଦ୍ଧା: କରୋନା କାଳରେ ବାଣପୁର-ବାଲୁଗାଁ ଅଞ୍ଚଳରେ ମାତିଛନ୍ତି ଚୋରା ଦେଶୀ ମଦ ବେପାରୀ

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଚୋରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ୍ୟ  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ୍‌ ଏବଂ ଅବକାରୀ ହାତରେ ଧରା ପଡୁଥିଲେ ସୁଦ୍ଧା ଏହି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି ।  କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ଦ୍ଵାରା ଏକ ଟିମ୍  ଘଣ୍ଟଶିଳା ପାହାଡ଼ ନିକଟସ୍ଥ ହନୁମାନ ମନ୍ଦିର ଠାରେ ଛପି ରହିଥିଲେ।

ସେଠାରୁ ଦୁଇ ଜଣକୁ ଦେଶୀ ମଦ ସହ ଗିରଫ କରିଥିଲେ। ସେହିସମୟରେ  ବିଳମ୍ବିତ ରାତ୍ରିରେ ମୁକ୍ତାଦେଇପୁର କେନାଲ ରୋଡ଼ରୁ ଆଉ ତିନି ଜଣଙ୍କୁ ଦେଶୀ ମଦ ସହ ଗିରଫ କରିଥିଲେ ।ପାଞ୍ଚ ଜଣ ଅଭିଯୁକ୍ତଙ୍କଠୁ ସମୁଦାୟ ୨୦୪ ଲିଟର ଦେଶୀ ମଦ ସହ ୪ ମଟରସାଇକେଲ ଜବତ ହୋଇଛି । ପାଞ୍ଚ ଜଣ ଅଭିଯୁକ୍ତ ହେଲେ ରମେଶ ସୁନ୍ଦରାୟ, ପ୍ରବୀଣ ସାମନ୍ତରାୟ, ନରହରି ବାରିକ, ରିଙ୍କୁ ସ୍ୱାଇଁ ଏବଂ କୁଶ ଶବର l ସମସ୍ତଙ୍କ ଘର ବାଣପୁର ଅଞ୍ଚଳ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତ ଙ୍କ ନାମରେ କେସ ନମ୍ବର ୨୦, ୨୧, ୩୮, ୩୯, ୪୦/ ୨୦-୨୧ ରେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଟାଙ୍ଗୀ ଅବକାରୀ ବିଭାଗ ଇନ୍ସପେକ୍ଟର ନିନା ବେଉରା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.