ସ୍କର୍ପିଓ ବାଇକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ଆରୋହୀ ମୃତ

ଦାରିଙ୍ଗବାଡ଼ି (କେନ୍ୟୁଜ୍‌) : ଦାରିଙ୍ଗବାଡ଼ି ବ୍ଲକ କିରୀକୁଟି ପଞ୍ଚାୟତର ଡଙ୍ଗେରି ଛକରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗତକାଲି ରାତି ପ୍ରାୟ ୮,୩୦ ସମୟରେ ଘଟିଛି ଏହି ଅଭାବନୀୟ ସଡକ ଦୁର୍ଘଟଣା। ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ଏକ ଘୁଷୁରୀ ଧରି ଏକ ବାଇକ ଯୋଗେ କିରୀକୁଟିରୁ ବାହାରି ରାତି ୮ ଟା ସମୟରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଘଟିଗଲା ଅଭାବନୀୟ ସଡକ ଦୁର୍ଘଟଣା। ସ୍କର୍ପିଓ ବାଇକ ମୁହାଁମୁହିଁ ଧକ୍କା ଫଳରେ ଚାଲିଯାଇଛି ଦୁଇ ଜଣ ଯୁବକଙ୍କ ଜୀବନ।

accidentଦୁଇ ଜଣ ଯୁବକ ଏକ ଘୁଷୁରୀ ଧରି ଏକ ବାଇକ ଯୋଗେ କିରୀକୁଟି ପଂଚାୟତ ପଟାଙ୍ଗି ଗ୍ରାମରୁ ନିଜ ଗ୍ରାମ ପର୍ତ୍ତମହା ଗ୍ରାମ ଆଡକୁ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କର୍ପିଅ ଗାଡି ଧକାଦେଇ ଚାଲିଗଲା। ଘଟଣା ବିଷୟରେ ଅଂଚଳବାସୀ ଜାଣିବା ପରେ ଲୋକେ ଉତ୍ୟକ୍ତ ହୋଇ ରାସ୍ତାଘାଟ ବନ୍ଦ କରିଥିଲେ । ସ୍କର୍ପିଅ ଗାଡିକୁ ପୋଲିସ ଜବତ କରିବା ସହ ଗାଡି ଚାଳକ କୁ ଅଟକ ରଖିଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.