ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ରିୟା ଚକ୍ରବର୍ତ୍ତୀ, ଦେଖନ୍ତୁ ଜେଲରୁ ଫେରିବା ପରେ କେମିତି ଦେଖାଯାଉଛନ୍ତି ରିୟା
ଡ୍ରଗ୍ସ କେସରେ ଜେଲ ଯାଇଥିବା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରାୟ ଗୋଟେ ମାସ ପରେ ଜେଲରୁ ମୁକୁଳିଛନ୍ତି। ଆଜି ମୁମ୍ବାଇର ସାନ୍ତାକୃଜ ପୋଲିସ ଷ୍ଟେସନରେ ନଜର ଆସିଛନ୍ତି ରିୟା। ତାଙ୍କୁ ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ଆଜି ଦେଖିବାକୁ ମିଳିଲା। କିଛି ସର୍ତ୍ତ ମୁତାବକ ସେ ଜାମିନ ପାଇଛନ୍ତି।
ଜାମିନର ଶର୍ତ୍ତ ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ନିଜ ଘରର ନିକଟବର୍ତ୍ତୀ ପୋଲିସ ଷ୍ଟେସନରେ ସକାଳ ୧୧ ଟାରୁ ସଂଧ୍ୟା ୫ ଟା ଭିତରେ ନିଜ ଉପସ୍ଥିତି ଜାହିର କରିବାକୁ ହେବ।
ରିୟା ଚକ୍ରବର୍ତ୍ତୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ନିଜ ଘରର ପୋଲିସ ଷ୍ଟେସନରେ ହାଜିରା ଦେବା ବ୍ୟତୀତ ଅନ୍ୟ କିଛି ସର୍ତ୍ତକୁ ପାଳନ କରିବେ। ରିୟା ଜାମିନ ପାଇଁ ୧ ଲକ୍ଷ ଟଙ୍କା ବଣ୍ଡ ଦେବାକୁ କୁହାଯାଇଛି। ସେ ନିଜ ପାସପୋର୍ଟକୁ ଯାଞ୍ଚ ଏଜେନ୍ସୀ ପାଖରେ ଜମା କରିବେ। ସେ ମୁମ୍ବାଇ ଏନଡିପିଏସ ସ୍ପେଶାଲ ଜଜଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେନାହିଁ।