ଫେଷ୍ଟିଭ ସିଜନରେ ଅଟୋ କମ୍ପାନୀ ଭିନ୍ନ ଭିନ୍ନ ପ୍ରକାରର ଅଫର ଦେଉଛି। ଏମାନଙ୍କ ମଧ୍ୟରେ ଟାଟା ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ସାମିଲ ରହିଛି। ପୂଜା ସିଜିନ୍ରେ ଟାଟା ମୋଟର୍ସ ଦେଉଛି ଦମଦାର ଅଫର। ପୂଜା ସମୟରେ ଅଟୋ କମ୍ପାନୀମାନେ ଏବେ ଅଲଗା ଅଲଗା ପ୍ରକାରର ଅନେକ ଅଫର ଦେବାକୁ ଘୋଷଣା କରିଛନ୍ତି। ଟାଟା ମୋଟର୍ସ ୭୯୯ଟଙ୍କାର ସର୍ବନିମ୍ନ କିସ୍ତିରେ କାର କିଣିବାକୁ ଅଫର ଦେଇଛି। ଏଥିପାଇଁ ଟାଟାମୋଟର୍ସ ଏଟ୍ଡିଏଫ୍ସି ବ୍ୟାଙ୍କ ସହ ହାତ ମିଳାଇଛି। ଏହି ଅଫର ଅନୁସାରେ କମ୍ପାନୀ ୨ଟି ଯୋଜନା ଦେଇଛି।
ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି ଯେ, ୨ଟି ନୂଆ ଯୋଜନା ‘ଗ୍ରାଜୁଏଲ ଷ୍ଟେପ୍ ଅପ୍ସ୍କିମ୍’ ଓ ଟିଏମ୍ଏଲ୍ ଫ୍ଲେକ୍ସି ଡ୍ରାଇଭ୍ ସ୍କିମ୍’ ପ୍ରଦାନ କରାଯାଇଛି। ଏହି ୨ଟି ଯୋଜନା ନଭେମ୍ୱର ୨୦୨୦ର ଶେଷ ପର୍ଯ୍ୟନ୍ତ ଉପଲବ୍ଧ ହେବ। ‘ଗ୍ରାଜୁଏଲ ଷ୍ଟେପ୍ ଅପ୍ସ୍କିମ୍’ ଅନୁସାରେ ଉପଭୋକ୍ତା ପ୍ରତି ଲକ୍ଷ ଟଙ୍କାରେ ମାସିକ ୭୯୯ ଟଙ୍କାର ସର୍ବନିମ୍ନ କିସ୍ତିର ଲାଭ ନେଇପାରିବେ। ମାସିକ କିସ୍ତି ଗାଡ଼ିର ମଡେଲ ଓ ଏଡିସନ ଉପରେ ନିର୍ଭର କରିବ। କାର ଉପଭୋକ୍ତାଙ୍କର ସୁବିଧା ହିସାବରେ ମାସିକ କିସ୍ତି ୨ ବର୍ଷ ଯାଏ ଧିରେ ଧିରେ ବଢ଼ି ଚାଲିବ।
ସେହିପରି ଟିଏମ୍ଏଲ ଫ୍ଲେକ୍ସି ଡ୍ରାଇଭ୍ ସ୍କିମ୍ ଅନ୍ତର୍ଗତ ଉପଭୋକ୍ତା ପ୍ରତ୍ୟେକ ବର୍ଷର ଯେକୌଣସି ତିନୋଟି ମାସକୁ ବାଛିବେ। ଯେଉଁ ମାସରେ ସେ ସର୍ବନିମ୍ନ କିସ୍ତି ଦେଇପାରିବେ। କମ୍ପାନୀ କହିଛି , ଏହି ଯୋଜନା ସବୁ ଉପଭୋକ୍ତାଙ୍କୁ ଗାଡ଼ିର କିସ୍ତି ଭରିବାରେ ସହଜ ହେବା ନେଇ ଦିଆଯାଇଛି।
ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଟ୍ରାକ୍ଟର ଲୋନ୍ ଦେବା ପାଇଁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହ ଚୁକ୍ତି କରାଯାଇଛି। ବିଓବି ନିଜର ୫୦୦୦ରୁ ଅଧିକ ଗ୍ରାମୀଣ ଓ ଅର୍ଦ୍ଧ-ସହରୀ ଶାଖା ନେଟୱର୍କ ମାଧ୍ୟମରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଗ୍ରାହକଙ୍କୁ ଟ୍ରାକ୍ଟର ଲୋନ୍ ଦେବାର ସୁବିଧା ପ୍ରଦାନ କରିବ।