ଅଖିଳ ଭାରତୀୟ ଯୋଗ ମହାସଂଘର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ରେକର୍ଡ କଲେ କିଟ୍ ଛାତ୍ରୀ ରିଙ୍କୁ ଟଙ୍କ

କେନ୍ୟୁଜ୍(ବ୍ୟୁରୋ):  ଗୋଟେ ପଟେ ପାଠ ପଢା ଆଉ ଗୋଟିଏ ପଟେ ଘର କାମ । ତା ଭିତରେ ଜାରି ରହିଛି ଯୋଗ ଅଭ୍ୟାସ । ସେ ହେଉଛନ୍ତି କଟକର ରୀଙ୍କୁ ଟଙ୍କ । ଅଖିଳ ଭାରତୀୟ ଯୋଗ ମହାସଂଘ ତରଫରୁ ଆୟୋଜିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ରେକର୍ଡ କରିଛନ୍ତି ରିଙ୍କୁ। ଧ୍ୟାନ ବିରାସନରେ ଅଧିକ ସମୟ ପର୍ଯ୍ୟନ୍ତ ଯୋଗାସନ କରି ଏହି କୃତିତ୍ୱ ହାସଲ କରିଛନ୍ତି ।

yoga 4

ଅନଲାଇନରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ରିଙ୍କୁ ଏବେ କିଟ ବିଶ୍ୱବିଦ୍ୟାଳୟରେ ୟୋଗା ଆଣ୍ଡ ନେଚୁରୋପାଥିରେ ଏମ୍‌ଏ କରୁଛନ୍ତି । ଏହା ଛଡ଼ା ଜଣେ ହିନ୍ଦୀ କବୟିତ୍ରୀ ଓ ମୋଟିଭେଟର ସ୍ପିକର ଭାବେ ତାଙ୍କର ପରିଚୟ ରହିଛି । ଯୋଗ କରିବା ସହିତ ଅନ୍ୟଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି । କୋଭିଡ ମୁକାବିଲାରେ ଯୋଗାଭ୍ୟାସର ଗୁରୁତ୍ୱପୂର୍ଣ ଭୂମିକା ରହିଥିବା ରିଙ୍କୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.