ଟିଭିର ଜଣାଶୁଣା ଅଭିନେତ୍ରୀ ମନ୍ଦିରା ବେଦୀ ଓ ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ଘରକୁ ଜଣେ ନୂଆ ଅତିଥି ଆସିଛନ୍ତି। ମନ୍ଦିରା ଓ ରାଜ ୪ ବର୍ଷର ଜଣେ କୁନି ଝିଅକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ଦଶହରା ଅବସରରେ ମନ୍ଦିରା ଏ ନେଇ ସୂଚନା ଦେବାକୁ ଯାଇ ଝିଅର ନାଁ ମଧ୍ୟ ଖୁଲାସା କରିଛନ୍ତି।
ପୂର୍ବରୁ ତାଙ୍କର ୯ ବର୍ଷର ଏକ ପୁଅ ଅଛି। କିନ୍ତୁ ସେ ଆଉ ଏକ ଝିଅ ପାଇଁ ଇଚ୍ଛା ରଖିଥିଲେ। ମନ୍ଦିରା କହିଛନ୍ତି, ଝିଅର ନାଁ ସେ ତାରା ବେଦୀ କୌଶଲ ରଖିଛନ୍ତି। ନିଜ ପରିବାର ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏକ କବିତା ମାଧ୍ୟମରେ ମନ୍ଦିରା କହିଛନ୍ତି ଯେ ତାରାକୁ ସେମାନେ ୪ ମାସ ପୂର୍ବରୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ।
ସେ ଲେଖିଥିଲେ କି, ‘ଆମେ ଖୋଲା ବାହୁ ଏବଂ ସଚ୍ଚା ପ୍ରେମରେ ଘରକୁ ତାକୁ ସ୍ୱାଗତ କରୁଛୁ। ଆମେ ଧନ୍ୟ ଅଟୁ। ତାରା ବେଦୀ କୌଶଲ, ୨୮ ଜୁଲାଇ ୨୦୨୦ରେ ଆମ ପରିବାରର ଅଂଶ ହୋଇଛନ୍ତି। ଆମ ବୀରର ଭଉଣୀ’। ମନ୍ଦିରାଙ୍କ ସ୍ୱାମୀ ରାଜ ମଧ୍ୟ ଏକ ପୋଷ୍ଟ ଲେଖିଛନ୍ତି କି, ‘ଶେଷରେ ଆମ ପରିବାର ପୂରା ହୋଇଛି। ଆମେ ଦୁଇ ଆମର ଦୁଇ’।