ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡରି ଅଭିଯୋଗ ଆଣିଲା ‘ପାଥ୍‌’

ଭୁବନେଶ୍ବର: ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ବିରୋଧରେ ଆସିଲା ମନି ଲଣ୍ଡରିଂ ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲା ସାମାଜିକ ସଂଗଠନ ପାଥ୍‌ । କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ମାମଲାର ତଦନ୍ତରେ କାହିଁକି ଅଗ୍ରଗତି ହେଉନାହିଁ ବୋଲି ପ୍ରଶ୍ନ ଉଠାଇଛି ସଂଗଠନ । ବାହାମାସ୍‌ରେ ଜାଲ୍‌ କମ୍ପାନୀରେ ମନି ଲଣ୍ଡରିଂ ନେଇ ଅଭିଯୋଗ ହୋଇଛି ।

ପୂର୍ବରୁ ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଥିଲା । ୨୦୨୦ ଫେବ୍ରୁଆରୀ ୭ରେ ମଲ୍‌ଟି ଏଜେନ୍ସିକୁ ବୈଜୟନ୍ତ ଓ ଜଗିଙ୍କ ସଂପୃକ୍ତିର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାସତ୍ତ୍ୱେ ତଦନ୍ତରେ କାହିଁକି ଶିଥିଳତା ବୋଲି ପାଥ୍‌ ପ୍ରଶ୍ନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.