କମିଲା ପେଟ୍ରୋଲ ଡିଜେଲ ଦାମ, ଏଠାରେ ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ମୂଲ୍ୟ

ଆଜି ଓଡିଶା ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲିର ମୂଲ୍ୟଠାରୁ ଟିକେ କମ ରହିଛି । ଲିଟର ପିଛା ପେଟ୍ରୋଲ ଦାମ ୪୬ ପଇସା କମି ୮୧ ଟଙ୍କା ୬୦ ପଇସା ହୋଇଥିବା ବେଳେ ଡିଜେଲ ପ୍ରତି ଲିଟର ପିଛା ୭୬ ଟଙ୍କା ୬୮ ପଇସା ହୋଇଛି । କିଛି ଦିନ ହେବ ଏହା ମଧ୍ୟ ଲକ୍ଷ କରାଯାଉଛିକି ଗଲା କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଉଛି । ଅବା କୌଣସି ପରିବର୍ତ୍ତନ ଆସିନାହିଁ ।

ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

 

Leave A Reply

Your email address will not be published.