Below header

ସମ୍ବଲପୁର: କରୋନା ଛିଡା କରିଛି ସ୍ନେହ ସଂପର୍କ ମଧ୍ୟରେ ପାଚେରୀ, ଡାକ୍ତର ବାପାଙ୍କ ଗେଲ ଟିକିଏ ପାଇବା ପାଇଁ ଘର ଭିତରେ ବ୍ୟାକୁଳ ୧ ବର୍ଷ ଯାଆଳାଁ ଶିଶୁ, କିନ୍ତୁ ବାହାରୁ ଦେଖି ଫେରିଗଲେ ବାପା

ସମ୍ବଲପୁର(କେନ୍ୟୁଜ୍): କରୋନା ଅକ୍ରାନ୍ତ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ମାନଙ୍କୁ ସରକାର କୋଭିଡ ଯୋଦ୍ଧାରେ ସାମିଲ କରିଛନ୍ତି। ଏହି ଡାକ୍ତର ମାନେ ନିଜ ପରିବାରକୁ ଛାଡି ରୋଗୀଙ୍କ ସେବାରେ ଏବେବି ଲାଗିଛନ୍ତି। ଏମାନେ ଦିନରାତି ଏକ କରି  କରୋନାରୁ ରୋଗୀଙ୍କୁ ମୁକ୍ତ କରିବା ପାଇଁ କାମ କରୁଛନ୍ତି। ରୋଗୀଙ୍କୁ ସେବା କରୁ କରୁ ଏହି କୋଭିଡ ଯୋଦ୍ଧାମାନେ ମଧ୍ୟ ଆକ୍ରାନ୍ତ ହେବା ସହ କିଛି ଡାକ୍ତର ଜୀବନ ମଧ୍ୟ ହାରିଥିବାର ଦେଖା ଦେଇଛି।

କୋଭିଡ ମେଡ଼ିକାଲରେ କାର୍ଯ୍ୟ କରୁଥିବା ବୁର୍ଲା ଭୀମସାରର ସିନିୟର ଡାକ୍ତର ଶଙ୍କର ରାମଚନ୍ଦନୀ ଏଭଳି ଏକ କୋଭିଡ ଯୋଦ୍ଧା  ଯିଏକି ନିଜ କର୍ତ୍ତବ୍ୟକୁ ସର୍ବଦା ଆଗରେ ରଖିଥାନ୍ତି। ହେଲେ ସେ ବି ଜଣେ ବାପା ଏବଂ ଜଣେ ପୁଅ। କୋଭିଡ ପାଇଁ କାମ କରୁଥିବାରୁ ସେ ତାଙ୍କ ପରିବାର ସହ ମିଶି ପାରୁନାହାନ୍ତି। ନିଜ ୧ ବର୍ଷର ଜାଆଁଳା ଛୁଆ ମାନଙ୍କୁ ଘର ବାହାରୁ ଦେଖି ଫେରି ଯାଉଛନ୍ତି। ଛୋଟ ଛୁଆମାନେ ବାପାଙ୍କ ନିକଟକୁ ଆସିବା ପାଇଁ କାନ୍ଦୁଥିଲେ ମଧ୍ୟ ବାପା ତାଙ୍କୁ ନନେଇ ସେଠାରୁ ଚାଲି ଆସିଛନ୍ତି।  କାରଣ କରୋନା ଆକ୍ରାନ୍ତଙ୍କୁ ସେବା କରୁଥିବାରୁ ସେ ନିଜ ସନ୍ତାନଙ୍କ ପାଖକୁ  ଯିବାକୁ  ମଧ୍ୟ ଉଚ୍ଚିତ ମଣି ନାହାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.