କୁଷ୍ଠ ରୋଗୀଙ୍କ ପାଇଁ ଆନନ୍ଦଧ୍ୱନ ସଂସ୍ଥା ଚଳାଉଥିବା ଡାକ୍ତର ବାବା ଆମତେଙ୍କ ନାତୁଣୀ ଡାକ୍ତର ଶୀତଲ ଆମଟେ ଆଜି ଚନ୍ଦ୍ରପୁର ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ଶୀତଲ ବିଷ ଇଞ୍ଜେକ୍ସନ୍ ନେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଗତ କିଛି ଦିନ ପୂର୍ବରୁ ଆମଟେ ମହାରୋଗୀ ସେବା ସମିତିରେ ଆର୍ଥିକ ଦୁର୍ନୀତି ବିଷୟରେ କହିଥିଲେ।
ରିପୋର୍ଟ ଅନୁଯାୟୀ, ଡକ୍ଟର ଶୀତଲ ଆମଟେ ମହାରୋଗୀ ସେବା ସମିତିର CEO ଥିଲେ। ସେ ଗତ କିଛି ବର୍ଷ ଧରି ନିଜ ପତି ଏବଂ ପରିବାର ସହ ମିଶି କୁଷ୍ଠରୋଗୀଙ୍କ ସେବା କରୁଥିଲେ। ଶୀତଲ, ବିକାଶ ଆମଟେ ଏବଂ ଭାରତୀ ଆମତେଙ୍କ ଝିଅ ଏବଂ ଡାକ୍ତର ପ୍ରକାଶ ଆମଟେଙ୍କ ଭାଣେଜୀ ଥିଲେ।
ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ଏକ ପେଣ୍ଟିଂ ପୋଷ୍ଟ କରିଥିଲେ ଶୀତଲ :
ଜୀବନ ହାରିବା ପୂର୍ବରୁ ଶୀତଲ ସୋସିଆଲ ମିଡିଆରେ ଏକ ପେଣ୍ଟିଂ ସେୟାର କରିଥିଲେ । ଏହି ପେଣ୍ଟିଂ ର ଫଟୋ ସେୟାର କରିବା ସହ ଶୀତଲ ଲେଖିଥିଲେ, କାନଭାସ୍ ଉପରେ ଯୁଦ୍ଧ ଏବଂ ଶାନ୍ତିର ଆକ୍ରିଲିକ୍।
‘War and Peace’#acrylic on canvas.
30 inches x 30 inches. pic.twitter.com/yxfFhuv89z— Dr. Sheetal Amte-Karajgi (@AmteSheetal) November 30, 2020
କିଛି ଦିନ ପୂର୍ବରୁ ସଂଗଠନରେ ଆର୍ଥିକ ଦୁର୍ନୀତି ବିଷୟରେ ହୋଇଥିଲା ଆଲୋଚନା :
୭୨ ବର୍ଷ ଧରି ଚନ୍ଦ୍ରପୁର ଜିଲ୍ଲାର ଓ୍ଵରୋରା ତହସିଲର ଆନନ୍ଦବନରେ ବାବା ଆମତେଙ୍କ ପରିବାର କୁଷ୍ଠ ରୋଗୀଙ୍କ ସେବା କରିଆସୁଛନ୍ତି। କିନ୍ତୁ କିଛି ଦିନ ପୂର୍ବରୁ ଶୀତଲ ଆନନ୍ଦବନରେ ଆର୍ଥିକ ଦୁର୍ନୀତିକୁ ନେଇ ଫେସବୁକ୍ ରେ ଲାଇଭ୍ ଆଲୋଚନା କରିଥିଲେ। ଏ ସମ୍ପର୍କରେ ହୋଇଥିବା ବିବାଦ ପରେ ଶୀତଲ ଫେସବୁକ୍ ରୁ ଭିଡିଓ ପୋଷ୍ଟ ଡିଲିଟ୍ କରିଥିଲେ। ଏନେଇ ଆମତେ ପରିବାର ଶୀତଲଙ୍କୁ ସାର୍ବଜନିକସ୍ତରରେ ବିରୋଧ କରିବା ସହ କହିଥିଲେ ସେ ଭୁଲ୍ ବୁଝାମଣାର ଶିକାର ହୋଇଛନ୍ତି ।