କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ରରୁଆ ବ୍ଲକ ଅନ୍ତର୍ଗତ କଣ୍ଟାସିମିଳା ଗାଁର ମହିଳା ଓ ପୁରୁଷ ମାନେ ଆଜି ରରୁଆ ତହସିଲ କାର୍ଯ୍ୟାଳୟକୁ ଘେରିଛନ୍ତି । ସ୍ଥାନୀୟ ଲେକମାନେ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ଶୁଣୁନଥିବାରୁ ଏଭଳି ପଦକ୍ଷପ ନେଇଥିବା ସେମାନେ କହିଛନ୍ତି। ଦୀର୍ଘ ସମୟ ଧରି ଗାଁ ଲୋକମାନେ ତହସିଲ ଅଫିସ ଘେରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସମାଧାନ ପାଇଁ କୋୖଣସି ଆଲୋଚନା ହୋଇନାହିଁ ।
କଣ୍ଟାସିମିଳା ଗାଁ ଲେକମାନଙ୍କ ଦାବି ହେଉଛି ଯେ ଯଥା ସମ୍ଭବ ପଥର ଖଣି ରଦ୍ଦ କରାଯାଉ । ରରୁଆ ତହସିଲ ଅଫିସ ସମୁଖରେ ଶହ ଶହ ମହିଳା ଜଗି ରହିଛନ୍ତି । ରରୁଆ ପୋଲିସ ପହଁଚି ଲେକମାନଙ୍କୁ ବୁଝା ସୁଝା କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ବୁଝେଇବା ସମ୍ଭବ ହୋଇ ପାରିନାହିଁ ।