ବାଘ ଆକ୍ରମଣରେ ଆହତ ସମ୍ବରର ମୃତ୍ୟୁ, କରଞ୍ଜିଆ ବନଖଣ୍ଡ ଭେଜଡିହା ଗ୍ରାମ ନିକଟରୁ ଆଜି ସକାଳେ ହୋଇଥିଲା ଉଦ୍ଧାର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର ମୃତ୍ୟୁ ଘଟିଛି। ମୃତ ସମ୍ବରକୁ ଜଙ୍ଗଲ ଭିତରେ କଲରାପତରିଆ ବାଘ ଆକ୍ରମଣ କରିଥିବାର ବନବିଭାଗ ଅନୁମାନ କରୁଛି।

ମୃତ ସମ୍ବରର ବୟସ ପ୍ରାୟ ୩ ବର୍ଷ ଓଜନ ୧୫୦ କେଜି ହେବ। ଶିମିଳିପାଳ ଜଙ୍ଗଲ ଭିତରେ ବାଘ ଆକ୍ରମଣରୁ ଖସି ପଳାଇ ଆସି ଭେଜଡିହା ଗ୍ରାମ ଭିତରକୁ ଦୌଡ଼ି ଆସିବା ବେଳେ ସକାଳ ପ୍ରାୟ ୭ ଟା ସମୟରେ ଲୋକେ ସମ୍ବରକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଆହତ ସମ୍ବରକୁ ଚିକିତ୍ସା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ସମ୍ବରର ମୃତ୍ୟୁ ଘଟିଥିଲା।

ମୃତ ସମ୍ବରର ବେକ,ଲାଞ୍ଜ,ପିଠି ରେ କ୍ଷତ ହୋଇଛି। ମୃତ ସମ୍ବରକୁ ବନବିଭାଗ କର୍ମଚାର ମାନେ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟକୁ ଆଣି ପଶୁ ଚିକିତ୍ସକ ଡ଼ ମନୋରଞ୍ଜନ ମହାପାତ୍ରଙ୍କ ନିକଟରେ ଶବ ବ୍ୟବଛେଦ କରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.