ଆକ୍ସନ୍‌-ଥ୍ରୀଲର ସିରିଜ୍‌ ସହ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ରୋହିତ ସେଟ୍ଟୀ, ଏମିତି ରହିଛି କାହାଣୀ

ବଡ଼ ପରଦାରେ ଜଲଓ୍ଵା ଦେଖାଇବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆକ୍ସନ୍‌ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଏକ ଆକ୍ସନ୍‌ ଫିଲ୍ମ ମାଧ୍ୟମରେ ହିଁ ସେ ଏହି ପ୍ଲାଟଫର୍ମକୁ ଆସୁଛନ୍ତି। ରୋହିତ ସେଟ୍ଟୀ ସିଙ୍ଘମ୍‌, ସିମ୍ବା, ଗୋଲମାଲ୍‌, ଚେନ୍ନାଇ ଏକ୍ସପ୍ରେସ୍‌ ଓ ଅଲ୍‌ ଦ ବେଷ୍ଟ ଭଳି ଫିଲ୍ମ ପାଇଁ ଲୋକପ୍ରିୟ।

ରୋହିତ ସେଟ୍ଟୀଙ୍କ ଟିମ୍‌ର ଜଣେ ସଦସ୍ୟ କହିଛନ୍ତି, ରୋହିତ ୮ଟି ଏପିସୋଡ୍‌ର ଆକ୍ସନ୍‌ ଥ୍ରୀଲର େଓ୍ଵବ୍‌ ସିରିଜ୍‌ ତିଆରି କରିବାକୁ ଯାଉଛନ୍ତି। ଏହା ଏକ ସତ ଘଟଣା ଉପରେ ଆଧାରିତ। ମାତ୍ର ସିରିଜ୍‌ର ନାଁ କ’ଣ ରହିବ ସେନେଇ ଏବେ ଜଣାପଡ଼ିନାହିଁ। ରୋହିତ ବର୍ତ୍ତମାନ ଫିଲ୍ମ ‘ସର୍କସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରଣବୀର ସିଂହ ନଜର ଆସିବେ। ଏହି ଫିଲ୍ମ ବିଲିୟମ୍‌ ସେକ୍ସପିୟରଙ୍କ ନାଟକ ‘ଦ କମେଡି ଅଫ୍‌ ଏରର୍ସ’ ଉପରେ ଆଧାରିତ।

 

View this post on Instagram

 

A post shared by Rohit Shetty (@itsrohitshetty)

ସୂଚନାଯୋଗ୍ୟ ଯେ ରୋହିତ ସେଟ୍ଟୀ ଓ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ମଧ୍ୟ ରିଲିଜ୍‌ ହେବାକୁ ପ୍ରସ୍ତୁତ ଅଛି। ଏହି ଫିଲ୍ମ ଗତ ବର୍ଷ ମାର୍ଚ୍ଚ ମାସରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଏହା ରିଲିଜ୍‌ ହୋଇପାରିନାହିଁ। ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ୍‌ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.