Below header

ବେବି ବମ୍ପ ଫଟୋ ସୁଟ୍‌ ପାଇଁ ଟ୍ରୋଲ ହେଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, ଫ୍ୟାନ୍‌ସ ଦେଲେ ଏମିତି କମେଣ୍ଟ

କେନ୍ଯୁଜ୍: ବେବି ବମ୍ପ ଫଟୋ ସୁଟ୍‌ ପାଇଁ ଟ୍ରୋଲ ହେଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା । ନିଜର ବାମ, ଡାହାଣ ଏବଂ ସାମ୍ନା ପଟକୁ ଫଟୋ ମାଧ୍ୟମରେ ସେୟାର କରି ଟ୍ରୋଲ ହୋଇଛନ୍ତି ଅନୁଷ୍କା । ନିକଟରେ ଏକ ମାଗାଜିନ୍‌ କଭର ପାଇଁ ଫଟୋ ସୁଟ୍‌ କରିଥିଲେ ଅନୁଷ୍କା ଶର୍ମା । ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ବିବାଦକୁ ଆସିଛନ୍ତି ଅଭିନେତ୍ରୀ ।

ଗର୍ଭବତୀ ଥିବା ବେଳେ ନିଜ ବେବି ବମ୍ପ ଦେଖାଇ ଏପରି ଫଟୋସୁଟ୍‌କୁ ଅନେକ ନାପସନ୍ଦ କରିଛନ୍ତି । କିଛି ଫ୍ୟାନ୍ସ‌ କହିଛନ୍ତି, ଏହା ଭାରତୀୟ ପରମ୍ପରା ଓ ମୂଲ୍ୟବୋଧର ବିରୋଧୀ । ଅନ୍ୟ କିଛି କହିଛନ୍ତି, ସେ ତାଙ୍କ ଜନ୍ମିତ ସନ୍ତାନକୁ ନେଇ ବ୍ୟବସାୟ କରୁଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି ଯେ, ଆଗାମୀ ପିଲାଙ୍କଠାରୁ ଟଙ୍କା ରୋଜଗାର କରୁଛନ୍ତି ।

anushka sharmaସେହିପରି ଆଉ ଜଣେ ଲେଖିଛନ୍ତି, ଫଟୋ ସୁଟ୍‌କୁ ବ୍ୟକ୍ତିଗତ ରଖନ୍ତୁ । ମମତାର ଭାବନାକୁ ସମ୍ମାନ କରେ କିନ୍ତୁ ଏହାକୁ ସୋସିଆଲ ମିଡିଆରେ ପ୍ରକାଶ କରେ ନାହିଁ । ଅଳ୍ପ କିଛି ଦିନ ମଧ୍ୟରେ ନିଜ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା । ଅଗଷ୍ଟ ୨୦୨୦ରେ ବିରୁଷ୍କା ଗର୍ଭବତୀ ସମ୍ପର୍କରେ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.