ଯଦୁପୁର ନାବାଳିକା ହତ୍ୟା ମାମଲା: ନୟାଗଡ଼ କୋର୍ଟରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଆବେଦନ କଲା ଏସ୍‌ଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ। ଏନେଇ ନୟାଗଡ଼ କୋର୍ଟରେ ଆବେଦନ କରିଛି ଏସ୍‌ଆଇଟି । ଅନୁମତି ମିଳିଲେ ସରୋଜର ବ୍ରେନ୍‌ ମ୍ୟାପିଂ କରାଯିବ । ଅଭିଯୁକ୍ତ ମୁହଁରୁ ସତ ଉଗାଳିବା ପାଇଁ ପୋଲିସ ବ୍ରେନ ମ୍ୟାପିଂ ବା ନାର୍କୋ ଆନାଲିସ୍‌ ଟେଷ୍ଟ କରାଇଥାଏ ।

ତେବେ ବ୍ରେନ ମ୍ୟାପିଂରେ ଲୁଚିଥିବା ସମସ୍ତ ତଥ୍ୟ ସାମନାକୁ ଆସିବ । ବ୍ରେନ ମ୍ୟାପିଂରେ ଜଣାପଡ଼ିବ କେମିତି ହତ୍ୟା କରିଥିଲା ଅଭିଯୁକ୍ତ ? ଘଟଣା ସମ୍ପର୍କରେ କାହାକୁ କହିଥିଲା ସରୋଜ ? ମୃତଦେହକୁ ଏକାକୀ ଫିଙ୍ଗିଥିଲା ନା’ ଆଉ କିଏ ? ପ୍ରମାଣ ନଷ୍ଟ କରିବାକୁ କ’ଣ କରିଥିଲା ସରୋଜ ? ପରିବାର ଲୋକଙ୍କ ସମ୍ପୃକ୍ତି ଥିଲା କି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.