Below header

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ସ୍ଥିତ ତାରିଣୀ ମନ୍ଦିର ପରିସରରେ ଭାଲୁ, ଆତଙ୍କିତ ଲୋକେ

ନବରଙ୍ଗପୁର : ମନ୍ଦିର ଭିତରେ ଭାଲୁ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ସ୍ଥିତ ତାରିଣୀ ମନ୍ଦିର ପରିସରରେ ବୁଲୁଛି ଭାଲୁ। ଭାଲୁଟି ମାଳିସାହିରେ ଥିବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଢା ମଧ୍ୟରେ ବୁଲୁଛି। ଏହାପରେ ଭତରା ସାହିରେ ପଶିଯାଇଥିଲା।

ଜନବସତିରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇପଡିଥିଲେ। ଭାଲୁଟି ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତିକୁ ପଳାଇ ଆସିଥିବା ଅନୁମାନ କରାଯାଉଛି। ଗତ କିଛି ମାସ ହେଲା ଭାଲୁମାନେ ଗାଁ ଭିତରକୁ ପଶିଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.