କରୋନା ମହାମାରୀରେ ମଧ୍ୟ ରେକର୍ଡ କଲା ବିଜୟଙ୍କ ଫିଲ୍ମ ‘ମାଷ୍ଟର’, ପ୍ରଥମ ଦିନରେ ଆୟ କଲା ୩୫ କୋଟି

ପୋଙ୍ଗଲ୍ ଅବସରରେ ସାରା ଭାରତରେ ମୁକ୍ତିଲାଭ କରିଥିବା ବିଜୟ ସେଥୁପଥିଙ୍କ ଅଭିନୀତ ଫିଲ୍ମ ‘ମାଷ୍ଟର’ ପ୍ରଥମ ଦିନରେ ଭାରତରୁ ୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ତାମିଲନାଡ଼ୁରୁ ୨୦ କୋଟି ଟଙ୍କା ରୋଜଗାର୍ କରିଥିବା ‘ମାଷ୍ଟର’ ରାଜ୍ୟରେ ଗୋଟେ ଦିନରେ ଦ୍ବିତୀୟ ସର୍ବାଧିକ ଟଙ୍କା ଆୟକାରୀ ଫିଲ୍ମର ମାନ୍ୟତା ପାଇଛି।

କରୋନା କଟକଣା ଯୋଗୁଁ ୫୦ ପ୍ରତିଶତ ଦର୍ଶକରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ସାଧାରଣ ଦିନରେ ମୁକ୍ତିଲାଭ କରିଥିଲେ ଦୁଇଗୁଣା ଆୟ କରିଥାନ୍ତା ବୋଲି କୁହାଯାଉଛି। ଯାହା ଫିଲ୍ମ ଦୁନିଆରେ ଐତିହାସିକ ହୋଇଥାନ୍ତା ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି। ଫିଲ୍ମ ବିଜୟ ସେଥୁପତି ଓ ଥାଲାପତି ବିଜୟଙ୍କ ଯୋଡ଼ି ସିନେପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

Leave A Reply

Your email address will not be published.