କଟକ ହରିଡାପାଳ ଗାଁରେ ବଣୁଆ ହାତୀପଲଙ୍କ ଆତଙ୍କ: ଘର ଭାଙ୍ଗିବା ସହ କଲେ ଆକ୍ରମଣ, ୩ ଆହତ

ଚୌଦ୍ବାର: ଦିନକୁ ଦିନ ହାତୀପଲଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ହରିଡ଼ାପାଳ ଗ୍ରାମରେ । କଟକ ବନଖଣ୍ଡ ଅଧୀନ ଡାଳିଯୋଡା ରେଞ୍ଜ ଅନ୍ତର୍ଗତ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ର କରଂଜି ପଂଚାୟତ ସ୍ଥିତ ହରିଡ଼ାପାଳ ଗ୍ରାମରେ ଗତକାଲି ରାତି ପ୍ରାୟ ୨ଟା ସମୟରେ ବଣୁଆ ହାତୀପଲମାନେ ଆସି ଗ୍ରାମର ମହେନ୍ଦ୍ର ମାହାନ୍ତଙ୍କ ଘର ଭାଙ୍ଗିବା ସହ ଘରେ ଶୋଇଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ସେମାନେ ଆହତ ହୋଇଛନ୍ତି।

ଏହାସହିତ ଶ୍ରୀ ମାହାନ୍ତଙ୍କ ଦୁଇ ବଖରା ଘର ଭାଙ୍ଗିବା ସହ ସମସ୍ତ ଆସବାବପତ୍ର ନଷ୍ଟ କରିଦେଇଛନ୍ତି ହାତୀ ପଲ। ବନବିଭାଗ ଘଟଣାସ୍ଥଳରେ ପହଂଚିଥିବା ବେଳେ ଶ୍ରୀ ମାହାନ୍ତଙ୍କୁ କୌଣସି ସରକାରୀ ସହାୟତା ପ୍ରଦାନ କରାଯାଇନାହିଁ । ଅନ୍ଯପଟେ ସେ ସରକାରୀ ଜାଗାରେ ରହୁଥିବାବେଳେ ଏବଂ ତାଙ୍କର ଘର ପଟ୍ଟା ନାହିଁ ବୋଲି କହି ବନବିଭାଗ ଚାଲିଯାଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.