କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଢିଲା ଟିକାକରଣ କେନ୍ଦ୍ର । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ହେବ ଟିକାକରଣ । ପ୍ରତି ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନ୍ରେ ଟିକାକରଣ ହେବ । ଏହି ସବୁ ସ୍ଥାନରେ ୨ ଶହ ଜଣଙ୍କୁ ଟିକା ଦିଆଯିବ ।
୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ୍ ଇନ୍ଚାର୍ଜ ରହିବେ । ପିଏଚ୍ସି ଓ ସିଏଚ୍ସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ । ଏଥିପାଇର୍ ପ୍ରତି ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।