ଭୁବନେଶ୍ୱରରେ ଆସି ପହଁଚିଲେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱରରେ ଶୁଭ୍ରା କୁଣ୍ଡୁ । ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଗିରଫ ହେବା ପରେ ଶୁଭ୍ରା କୁଣ୍ଡୁଙ୍କୁ ଭୁବନେଶ୍ୱର ଅଣାଯାଇଛି । ଆଜି କୋଲକାତାକରୁ ଶୁଭ୍ରା କୁଣ୍ଡୁଙ୍କୁ ଅଣାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ରୋଜଭ୍ୟାଲି ଗୃପ ଚେୟାରମ୍ୟାନ୍‌ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି ।

ସିବିଆଇ ଓ ଇଡି ପାଇଁ ଓ୍ଵାଣ୍ଟେଡ୍‌ ଥିଲେ ଶୁଭ୍ରା । ରୋଜଭ୍ୟାଲି ହଜାର ହଜାର ଜମାକାରୀଙ୍କଠାରୁ ଠକେଇ କରିଥିବା ଅଭିଯୋଗ ରହିଛି । ଗୌତମ କୁଣ୍ଡୁ ଗତ ୨୦୧୫ ମାର୍ଚ୍ଚରୁ ଗିରଫ ହୋଇ ଜେଲରେ ଅଛନ୍ତି । ଗୌତମଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ ଜୁଏଲାରୀ କାରବାର ଚଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.