ଗ୍ରାହକ ଧ୍ୟାନ ଦିଅନ୍ତୁ, ଆକାଉଣ୍ଟଧାରୀ ଏବେ ଘରେ ବସି ଉଠାଇପାରିବେ ଟଙ୍କା

ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। ଏ ଖବର ଏମିତିକା ଆପଣ ନିହାତି ଜାଣିବା ଦରକାର। ଏବେ ଆପଣ ଘରେ ବସି ବ୍ୟାଙ୍କରୁ କ୍ୟାସ୍ ଉଠାଇବା ସହ ଜମା ମଧ୍ୟ କରିପାରିବେ । ଏହା ସହ ଘରେ ବସି ବ୍ୟାଙ୍କର ଅନେକ କିଛି କାମ ଆପଣ କରିପାରିବେ। ଆଉ ଏପରି ହେଲେ ଏହି ସବୁ କାମ ପାଇଁ ଆପଣଙ୍କୁ ଆଉ ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ । ଷ୍ଟେଟ୍ ବ୍ୟାଙ୍କ ଏବେ ନିଜ ଗ୍ରାହକଙ୍କୁ ଡୋରଷ୍ଟେପ୍ ବ୍ୟାଙ୍କିଂର ସୁବିଧା ଦେଇଛି।
ବ୍ୟାଙ୍କର ଏହି ସର୍ଭିସ ଦ୍ୱାରା ଗ୍ରାହକ ଘରେ କେବଳ ନନ୍ ଫାଇନାନସିଆଲ୍ ସର୍ଭିସେସ୍ ଯଥା ଚେକ୍, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡର ଆଦିର ପିକ୍ ଅପ୍, ଆକାଉଣ୍ଟ ଷ୍ଟେଟମେଣ୍ଟ ରିକ୍ୱେଷ୍ଟ, ଟର୍ମ ଡିପୋଜିଟ୍ ରସିଦ ଘରେ ହିଁ କାମ କରିପାରିବେ।

ଟ୍ୱିଟ୍ ଏସବିଆଇ କହିଛି ଯେ, ଏବେ ଆପଣଙ୍କ ମିଳିବ ବ୍ୟାଙ୍କ ସେବା। ଘର ସାମ୍ନାରେ ରହିଛି । ତେଣୁ ଆଜି ହି ଡୋରଷ୍ଟେପ୍ ବ୍ୟାଙ୍କିଂ ପାଇଁ ରେଜିଷ୍ଟର କରନ୍ତୁ । ଏଥିପାଇଁ ଅନେକ ଫାଇଦାର ଲାଭ ଉଠାନ୍ତୁ ।

moneyଏସବିଆଇର କିଛି ଶାଖାରେ ମିଳିବ ଡୋରଷ୍ଟେପ ସେବା

  • କ୍ୟାସ ପିକଅପ୍‌
  • କ୍ୟାସ ଡେଲିଭରୀ
  • ଚେକ୍‌ ଦାବି
  • ପିକଅପ୍‌
  • ଡ୍ରାଫ୍ଟ ଡେଲିଭରୀ
  • ଟର୍ମ ଡିପୋଜିଟ୍‌ ସୂଚନା
  • ଜୀବନ ପ୍ରମାଣ ପତ୍ର ପିକଅପ୍‌
  • କେଓ୍ଵାସୀ କାଗଜପତ୍ର ପିକଅପ୍‌

କିପରି କରିବେ ରେଜିଷ୍ଟ୍ରେସନ

ବ୍ୟାଙ୍କର ମୋବାଇଲ ଆପ୍ଲିକେସନ, ଓ୍ୱେବସାଇଟ ବା କଲ୍ ସେଣ୍ଟରକୁ କଲ୍ କରି ରେଜିଷ୍ଟର କରାଯାଇ ପାରିବ । ଏହାସହ ଟୋଲ ଫ୍ରି ନମ୍ବର ୧୮୦୦୧୧୧୧୦୩ରେ କଲ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିହେବ । ଏହାସହ ଆପଣ ବ୍ରାଞ୍ଚରେ ମଧ୍ୟ ସମ୍ପର୍କ କରିପାରିବେ ।

money girlକେଉଁ ଗ୍ରାହକ ଉଠାଇ ପାରିବେନି ଏହି ଫାଇଦା

  • ଜଏଣ୍ଟ ଆକାଉଣ୍ଟଧାରୀ
  • ଆବଶ୍ୟକ ଖାତା ଅର୍ଥାତ ମାଇନର ଆକାଉଣ୍ଟସ୍
  • ଅଣ-ବ୍ୟକ୍ତିଗତ ପ୍ରକୃତି ଯୁକ୍ତ ଖାତା

ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ କିପରି କରିବ କାମ

ଡୋରଷ୍ଟେପ୍ ବ୍ୟାଙ୍କିଂ ଦ୍ୱାରା ଗ୍ରାହକ ଚେକ୍ ଡିପୋଜିଟ୍ କରିବା, ଟଙ୍କା ଉଠାଣ, ଜୀବନ ପ୍ରମାଣ ପତ୍ର ଭଳି ସୁବିଧାର ଲାଭ ଘରେ ବସି ଉଠାଇପାରିବେ । ଏହି ସୁବିଧାରେ ୭୦ ବର୍ଷରୁ ଅଧିକ ବୟସର ବୃଦ୍ଧ ଓ ବୃଦ୍ଧା, ଦିବ୍ୟାଙ୍ଗଙ୍କୁ ଲାଭ ମିଳିବ । ଏଥିରେ ବ୍ୟାଙ୍କର କୌଣସି କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଓ କାଗଜ ନେଇ ବ୍ୟାଙ୍କରେ ଜମା କରିଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.