କରୋନା ଟିକା ନେବା ପରେ ନରଓ୍ବେରେ ୨୩ ଜଣଙ୍କ ମୃତ୍ୟୁ, ଚିନ୍ତାରେ ବୈଜ୍ଞାନିକ

କରୋନା ଟିକା ନେବା ପରେ ଗଲା ୨୩ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ନରଓ୍ବେଠାରେ। ଏଠାରେ କରୋନା ଟିକା ନେଇ ୨୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମାତ୍ର ଏହାକୁ ନେଇ କଂଗ୍ରେସ ଭାରତରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଶନିବାର ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଛି।

କଂଗ୍ରେସ ନେତା ମନୀଷ ତିଓ୍ବାରୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଟିକାକୁ ନେଇ ତାଙ୍କ ଦଳ ଯେଉଁ ଆଶଙ୍କା କରୁଛି ତାହା ମନଗଢ଼ା ନୁହେଁ, ବରଂ ସତ୍ୟତା ଉପରେ ଆଧାରିତ। ନରଓ୍ବେରେ କ’ଣ ହେଲା ତାହା ଦେଖ । ତାହା ଏକ ଅଲଗା ଟିକା ହୋଇପାରେ, କିନ୍ତୁ ଟିକା ଜାତୀୟତାବାଦ ପଛରେ ଲୁଚନାହିଁ।

ପ୍ରକାଶ ଯେ, ନରଓ୍ବେରେ ଫାଇଜର ଟିକା ନେଇ ୨୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଲୋକମାନେ ପ୍ରଥମ ଦଫା ଟିକା ନେବା ପରେ ଗୁରୁତର ଅସୁସ୍ଥ ହୋଇଥିଲେ ଓ ପ୍ରାଣ ହରାଇଥିଲେ । ଟିକା ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ସେମାନେ ମୃତ୍ୟୁବରଣ କରିଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.