ନବରଙ୍ଗପୁର ତାଲାପଦର ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ SDO ଗିରଫ

ନବରଙ୍ଗପୁର(କେନ୍ୟୁଜ୍):  ନବରଙ୍ଗପୁର ତାଲାପଦର ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ SDO ଅସିତ ପାତ୍ର ଗିରଫ । ନବରଙ୍ଗପୁର ପୋଲିସ ଗିରଫ କରିଥିବା ଆଇଆଇସି ସୂଚନା ଦେଇଛନ୍ତି ।

ଘଟଣା ନେଇ ତିନି ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା । ଠିକାଦାର ଆଶିଷ ବିଶ୍ୱାଳ, ଏସ୍‌ଡିଓ ଅସିତ ପାତ୍ର ଓ ଏସଡିଓ ନିରଞ୍ଜନ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି । ଘଟଣା ଦିନଠାରୁ ଏମାନେ ଫେରାର ଥିବା ବେଳେ ଅସିତ ପାତ୍ରଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.