ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ସେ ନିଜ ରୁଟିନ୍ ଲାଇଫ୍ର ଅପ୍ଡେଟ୍ ପ୍ରାୟତଃ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଥାନ୍ତି। ତେବେ ନିକଟରେ ଜାହ୍ନବୀ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଦୁଇଟି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ଆଉ କିଛି ପିଲା ବି କ୍ରିକେଟ୍ ଖେଳୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଭିଡିଓରେ ଜାହ୍ନବୀ କପୁର ଖୁସିଥିବା ଭଳି ଲାଗୁଛନ୍ତି। ସେ ପଟିଆଲା ସାଲଓ୍ଵାର କମିଜ୍ ଓ ଜ୍ୟାକେଟ୍ ପିନ୍ଧିଛନ୍ତି। ଜାହ୍ନବୀ ଦମ୍ଦାର ବ୍ୟାଟିଂ କରୁଥିବା ନଜର ଆସିଛି। ଭିଡିଓରେ ସେ ଏକ ସର୍ଟ ମଧ୍ୟ ମାରିଛନ୍ତି। ଏହି ଭିଡିଓକୁ ଜାହ୍ନବୀ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରି ଲେଖିଛନ୍ତି, ‘କ’ଣ ଏହା କହିବା ଠିକ୍ ହେବ, ଯେ ମୁଁ ଏହାର ଅଭ୍ୟସ୍ତ ହୋଇଗଲିଣି’। ଏହା ସହ ସେ ଏକ ଓଲଟା ସ୍ମାଇଲର ଷ୍ଟିକର ମଧ୍ୟ ସେୟାର କରିଛନ୍ତି।
View this post on Instagram
ଏହି ଭିଡିଓ ତାଙ୍କ ଫିଲ୍ମ ସେଟ୍ର। ସୁଟିଂରୁ ଟିକେ ବ୍ରେକ୍ ପାଇ ଖେଳରେ ମଜ୍ଜି ଯାଇଛନ୍ତି ଜାହ୍ନବୀ। ଜାହ୍ନବୀ ଏବେ ଚଣ୍ଡୀଗଡ଼ରେ ଅଛନ୍ତି। ସେ ସେଠାରେ ଫିଲ୍ମ ‘ଗୁଡଲକ୍ ଜେରୀ’ର ସୁଟିଂ କରୁଛନ୍ତି। ଏହି ସମୟରେ ସୁଟିଂରୁ କିଛି ସମୟ ବ୍ରେକ୍ ନେଇ ସେ କ୍ର୍ୟୁ ମେମ୍ବେରଙ୍କ ସହ କ୍ରିକେଟ୍ ଖେଳିବାରେ ଲାଗିପଡ଼ିଛନ୍ତି।
ପ୍ରକାଶ ଯେ ଜାହ୍ନବୀଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲ’ରେ ଦେଖିବାକୁ ମିଳିଥିଲା।