Below header

ଅସାଧ୍ୟ ରୋଗକୁ ଭଲ କରୁଛି ଏହି ଚେରମୂଳି ଚିକିତ୍ସା, ପଢନ୍ତୁ ପୁରା ଖବର

ଆଧୁନିକ ଯୁଗରେ ବିଜ୍ଞାନ ଦିନକୁ ଦିନ ବିକାଶ ହେଉଥିଲେ ମଧ୍ୟ ଆଜି ବି ପାରମ୍ପରିକ ଚିକିସ୍ଯା ପଦ୍ଧତି ଓ ଚେରମୂଳି ଔଷଧରେ ଲୋକଙ୍କ ରହିଛି ଅତୁଟ ବିଶ୍ୱାସ। ହାଡଭଙ୍ଗା, ଗୋଡ ମୋଡା, ବାତ ଭଳି ରୋଗରୁ ମୁକ୍ତ ହୋଇ ଅନେକ ରୋଗୀ ଲାଭ ପାଉଛନ୍ତି ଗୁଣପୁର ବ୍ଲକ ଏରାଗୁଡା ଗ୍ରାମରୁ ।

ଅନେକ ଲୋକଙ୍କ ବିଶ୍ୱାସ ରହିଛି ଆଧୁନିକ ଡାକ୍ତରମାନେ ଯେଉଁ ରୋଗ ଗୁଡିକୁ ଗ୍ରହଣ ନକରି ରୋଗୀଙ୍କୁ ନିରାଶ କରି ଫେରାଉଛନ୍ତି, ସେହି ରୋଗୀମାନେ ଏହି ଏରାଗୁଡା ଗ୍ରାମରେ ଚେରମୂଳି ଔଷଧ ସେବନ କରି ସେକ ଓ ପଟି ବାନ୍ଧି ରୋଗରୁ ମୁକ୍ତ ହେଉଛନ୍ତି ।

treatଗୁଣପୁର ଓ ଆଖପାଖ ଅଞ୍ଚଳର ରୋଗୀମାନେ କଟକ,ଭୁବନେଶ୍ୱର, ବ୍ରହ୍ମପୁର ମେଡିକାଲ ଉପରେ ର୍ନିଭର କରି ଚିକିସ୍ଯା ନିମନ୍ତେ ଯାଇ ଖର୍ଚ୍ଛାନ୍ତର ଶିକାର ହୋଇ ତଥାନି ନିରାଶ ହୋଇ ଫେରୁଛନ୍ତି। ଏହି ରୋଗୀମାନଙ୍କ ପାଇଁ ଏକମାତ୍ର ସାହାରା ପାଲଟିଛି ଏହି ଏରାଗୁଡା ଗ୍ରାମର ଚେରମୂଳି ଔଷଧ। ଏହି ଏରାଗୁଡା ଗ୍ରାମରୁ ବହୁ ରୋଗୀ ଭଲ ହୋଇଥିବା କୁହାଯାଉଛି ।

ପୂର୍ବ ପୁରୁଷ ଅମଳରୁ ପାରମ୍ପାରିକ ଚିକିସ୍ଯା ପଦ୍ଦତି ଓ ଚେରମୂଳି ଔଷଧରେ ରୋଗୀଙ୍କୁ ଭଲ କରାଯାଉଛି । ଚେରମୂଳି ଓ ଆୟୁର୍ବେଦିକ ଶାସ୍ତ୍ରର ଅସାଧ୍ୟ ରୋଗର ସାଧ୍ୟ ଉପାୟ ରହିଛି । ତେବେ ଏସମ୍ପର୍କରେ ଲୋକଙ୍କ ବିଶ୍ୱାସ ଲୋକଙ୍କ ପାଇ ବଡକଥା ବୋଲି କହିଛନ୍ତି ଚିକିତ୍ସକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.