ସାମ୍ନାକୁ ଆଉ ଏକ ରହସ୍ୟ, ବାପାଙ୍କ ସିମ୍‌ ବ୍ୟବହାର କରୁଥିଲେ ଝରାଫୁଲ

 ଭୁବନେଶ୍ୱର(କେ ନ୍ୟୁଜ): ବାପାଙ୍କ ସିମ୍‌ ବ୍ୟବହାର କରୁଥିଲେ ଝରାଫୁଲ । ରାକେଶଙ୍କ ସହ ପ୍ରେମ ସଂପର୍କ ବିଷୟରେ ଜାଣିବା ପରେ ବାପା ରମାକାନ୍ତ ଝରାଫୁଲଙ୍କ ସିମ୍‌ ବଦଳାଇ ନିଜ ସିମ୍‌ ଦେଇଥିବା କହିଛନ୍ତି । ଷଷ୍ଠ ଶ୍ରେଣୀରୁ ଭୁବନେଶ୍ୱରରେ ରହି ପାଠ ପଢୁଥିଲେ ଝରାଫୁଲ । ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ସେ ୭ ଦିନ ପାଇଁ ଘରକୁ ଯାଇଥିଲେ । ଏହି ସମୟରେ ଗାଁରେ ପାଇପ୍‌ କାମ କରୁଥିବା ରାକେଶ ସ୍ୱାଇଁ ସହ ପ୍ରେମ ସଂପର୍କ ଗଢିଉଠିଥିଲା । ଦୁଇ ଜଣଙ୍କ ମଧ୍ୟରେ ୯ ମାସ ହେବ ପ୍ରେମ ସଂପର୍କ ଥିବା କହିଛନ୍ତି ତାଙ୍କ ବାପା ।

ଘଟଣାକୁ ୪ ରୁ ଅଧିକ ଦିନ ବିତିଯାଇଥିଲେ ବି ଡେଥ୍‌ ସସପେନ୍ସରୁ ହଟୁନି ପରଦା । ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ଗିରଫ ବୟଫ୍ରେଣ୍ଡ ରାକେଶଙ୍କ ଭୂମିକା କଣ? ଝରାଫୁଲଙ୍କ ମୋବାଇଲ୍‌ ଫୋନ କେଉଁଠି ? ଏମିିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ଯାଜପୁର ପୋଲିସ । ବୟଫ୍ରେଣ୍ଡ ରାକେଶ ସହ ଝରାଫୁଲ ଭୁବନେଶ୍ୱର ଧର୍ମବିହାରରେ ରହିଥିବା ହୋଟେଲରେ ତନାଘନା କରିବା ସହ ତଦନ୍ତ କରିଦେଇଛନ୍ତି ପୋଲିସ । ପୋଲିସ ଟିମ ହୋଟେଲ ରୁମ ବୁଲି ଦେଖିବା ସହ ନମୁନା ସଂଗ୍ରହ କରୁଛନ୍ତି ।

ରାକେଶକୁ ସହଯୋଗ କରିଥିବା ସାଙ୍ଗ ଶେଖର କେଉଁଠି ? ମୃତଦେହ ନେବା ବ୍ୟବହାର କରିଥିବା ଗାଡ଼ିର ବି ସନ୍ଧାନ ମିଳିନି । ଅଭିଯୁକ୍ତ ରାକେଶ ଏବେ ଜେଲରେ ଥିବା ବେଳେ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ଆସନ୍ତାକାଲି ରିମାଣ୍ଡ ଆବେଦନର ଶୁଣାଣି ହେବ । ଏବେ ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା। ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ ।

Leave A Reply

Your email address will not be published.