Below header

ଜିଓର ସବୁଠୁ ବଢ଼ିଆ ପ୍ଲାନ୍‌, ପ୍ରତିଦିନ ୩ଜିବି ଡାଟା ସହିତ ମିଳିବ ଅନଲିମିଟେଡ କଲିଙ୍ଗ୍‌ ସୁବିଧା

ରିଲାଏନ୍ସ ଜିଓ ନିଜ ୟୁଜର୍ସଙ୍କୁ ଅନେକ ବଢ଼ିଆ ବଢ଼ିଆ ପ୍ଲାନ ଅଫର କରୁଛି। ଯଦି ଆପଣ ରିଲାଏନ୍ସ ଜିଓ ୟୁଜର ଏବଂ ନିଜ ପାଇଁ ବେଷ୍ଟ ଡାଟା ଏବଂ କଲିଙ୍ଗ୍‌ ବେନିଫିଟ୍‌ ରିଚାର୍ଜ ପ୍ଲାନ୍‌ ସନ୍ଧାନରେ ଅଛନ୍ତି, ତାହେଲେ ଆଜି ଆମେ ଆପଣଙ୍କୁ ଏଠାରେ କିଛି ବଢ଼ିଆ ପ୍ଲାନ ବିଷୟରେ ଜଣାଇବୁ। ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୩ ଜିବି ଡାଟା ଏବଂ ଅନଲିମିଟେଡ କଲିଙ୍ଗ୍‌ ସହିତ ଆହୁରି ଅନେକ ଆଡିସନାଲ ବେନିଫିଟ ମଧ୍ୟ ମିଳୁଛି। ତାହେଲେ ଆସନ୍ତୁ ଜାଣିବା ଏହି ଡାଟା ବିଷୟରେ।

୩୪୯ ଟଙ୍କା ରିଚାର୍ଜ ପ୍ଲାନ

୨୮ ଦିନର ବୈଧତା ସହିତ ଏଥିରେ ପ୍ରତିଦିନ ୩ ଜିବି ଡାଟା ହିସାବରେ ମୋଟ ୮୪ ଜିବି ଡାଟା ଏହି ପ୍ଲାନରେ ମିଳିଥାଏ। ପ୍ଲାନରେ କମ୍ପାନୀ ଅନଲିମିଟେଡ କଲିଙ୍ଗ ବେନିଫିଟ ମଧ୍ୟ ଦେଉଛି। ପ୍ରତିଦିନ ୧୦୦ ଦିନ ଫ୍ରି ଏସଏମଏସ ସହିତ ଜିଓ ଆପ୍ସର ଫ୍ରି ସବସ୍କ୍ରିପସନ୍‌ ମଧ୍ୟ ମିଳୁଛି।

ରିଲାଏନ୍ସ ଜିଓ ୪୦୧ ପ୍ଲାନ

ପ୍ରତିଦିନ ଏହି ପ୍ଲାନରେ ୩ ଜିବି ଡାଟା ମିଳୁଛି। ପ୍ଲାନର ଖାସିୟତ୍‌ ଅନୁଯାୟୀ ଏଥିରେ ୬ ଜିବି ଆଡିସନାଲ ଡାଟା ମଧ୍ୟ ମିଳିଥାଏ। ୨୮ ଦିନର ବୈଧତା ସହିତ ଏହି ପ୍ଲାନରେ ଅନଲିମିଟେଡ କଲିଙ୍ଗ୍‌ ସହିତ ପ୍ରତିଦିନ ୧୦୦ ଫ୍ରି ଏସଏମଏସ ବେନିଫିଟ୍‌ ମଧ୍ୟ ମିଳିବ।

୯୯୯ ଟଙ୍କିଆ ରିଚାର୍ଜ ପ୍ଲାନ

ଜିଓର ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ସହିତ ମୋଟ ୨୫୨ ଜିବି ଡାଟା ମିଳିଥାଏ। ପ୍ଲାନର ସବସ୍କ୍ରାଇବର୍ସ କୌଣସି ବି ନେଟଓ୍ଵାର୍କରେ ଅନଲିମିଟେଡ କଲିଙ୍ଗ୍‌ କରିପାରିବେ। ପ୍ରତିଦିନ ୧୦୦ ମାଗଣା ମେସେଜ୍‌ ସହିତ ୮୪ ଦିନର ଭ୍ୟାଲିଡିଟୀରେ ଆସୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.