ଭୁବନେଶ୍ବର: ଘର ଦୁଆର ଆଗରୁ ବୋଲେରୋ ଗାଏବ, ଥାନାରେ ମାମଲା

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ପୋଲିସକୁ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଇଚାଲିଛନ୍ତି ଅପରାଧୀ । ଦିନ ଦ୍ବିପ୍ରହରେ କୋଉଠି ଡକାୟତୀ ହେଲାଣି ତ କେଉଁଠି ମର୍ଡର । କିନ୍ତୁ ବିଶେଷ କରି  ଗାଡି ଚୋରମାନେ ବେଶୀ ସକ୍ରିୟ ହୋଇଉଠିଛନ୍ତି  ରାଜଧାନୀ ଭୁବନେଶ୍ବରରେ । ଗତ ୭ ତାରିଖରେ ମନୋଜ କୁମାର ପାତ୍ର ନାମକ ଜଣେ ବୋଲେରୋ ମାଲିକ ଲକ୍ଷ୍ମୀସାଗର ଅନ୍ତର୍ଗତ ବୁଦ୍ଧେଶ୍ବରୀ କଲୋନୀର ନିଜ ଘର ଆଗରେ ଗାଡିଟି ରଖିଥିଲେ। କିନ୍ତୁ ସେହି ରାତିର କେହି ଜଣେ ଦୁର୍ବୃତ୍ତ ତାଙ୍କ ଗାଡିଟିକୁ ଚୋରି କରିନେଇଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ଯେତେ ଶୀଘ୍ର ହୋଇପାରିବ ତାଙ୍କ ବୋଲେରୋଟିକୁ ଖୋଜି ଦେବାକୁ ଏଫଆଇଆର ମାଧ୍ୟମରେ ଜଣାଇଛନ୍ତି।

କେବଳ ମନୋଜ ନୁହନ୍ତି ରାଜଧାନୀରେ  ଏଭଳି ଅନେକଙ୍କ ଗାଡି ଚୋରି ହେଉଛି ଯାହାର ପତ୍ତା ମିଳୁନି। ସନ୍ଦେହ କରାଯାଉଛି କି  ଗାଡି ଗୁଡିକୁ ଭୁବନେଶ୍ବରରୁ ଚୋରି ହୋଇ ଅନ୍ୟ ଜାଗାରେ ପାର୍ଟ ପାର୍ଟ କରି ବିକ୍ରି କରାଯାଉଛି । ଯାହାକୁ ଧରିବାରେ ପୋଲିସ ବିଫଳ ହେଉଛି।

Leave A Reply

Your email address will not be published.