ଚିନ୍‌ ଚେଙ୍ଗ୍‌ଡୁରେ ଆୟୋଜିତ ହେବାକୁ ଯାଉଛି ୩୧ତମ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ,ଓଡ଼ିଶାର ୩ ଜଣ ହୋଇଛନ୍ତି ସିଲେକ୍ଟ

କେନ୍ୟୁଜ୍(ବ୍ୟୁରୋ):  ଚିନ୍‌ ଚେଙ୍ଗ୍‌ଡୁରେ ଆୟୋଜିତ ହେବାକୁ ଯାଉଛି ୩୧ତମ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ । ଏଥିପାଇଁ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳରେ ଓଡ଼ିଶାର ୩ ଜଣ ସିଲେକ୍ଟ ହୋଇଛନ୍ତି । ମହିଳା ଦଳରେ କିଟ୍‌ ବିଶ୍ୱବିଦ୍ୟାଳୟ ଏବଂ ପୁରୁଷ ଦଳରେ ଉତ୍କଳ ୟୁନିଭର୍ସିଟିର ୨ ଜଣ ଚୟନ ହୋଇଛନ୍ତି । କିଟ୍‌ ବିଶ୍ୱବିଦ୍ୟାଳୟର ଶିରିସା କରାମି, ଉତ୍କଳ ୟୁନିଭର୍ସିଟିର ପ୍ରତ୍ୟୁଷ ନନ୍ଦ ଏବଂ ପ୍ରଜ୍ଞା ସାରଥି ଜେନା ଚୟନ ହୋଇଛନ୍ତି ।

ଏନେଇ ଆଜି କିଟ୍‌ରେ ଇଣ୍ଡିଆନ୍‌ ୟୁନିଭର୍ସିଟିଜ୍‌ ଭଲିବଲ୍‌ ଦଳ ପକ୍ଷରୁ ଚୟନ ପକ୍ରିୟା କରାଯାଇଥିଲା । ଏଥିରେ ୮୭ ଜଣ ଖେଳାଳି ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ମନୋନୀତ ହୋଇଛନ୍ତି । ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଏବଂ ଭଲିବଲ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ସଭାପତି ଡ. ଅଚ୍ୟୁତ ସାମନ୍ତ ୩ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.