କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାରୁ ବାହାର ରାଜ୍ୟ ବାଙ୍ଗଲୋରକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରିଲା ପୋଲିସ। ଫୁଲବାଣୀ ଏସଡିପଓଙ୍କ ନେତୃତ୍ବରେ ଗୋଛାପଡା ଥାନାଧିକାରୀ ତୃପ୍ତି ରଞ୍ଜନ ନାୟକ ଗୋଛାପଡା ଅଞ୍ଚଳର ଉଷାଗାଡୁ ଗ୍ରାମରେ ପହଞ୍ଚି ୫ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିବା ସହ ୬ ଜଣକୁ ଗିରଫ କରିଛି।
ଚଢାଉ ବେଳେ ଦୁଇ ଜଣ ଖସି ପଳାଇଥିବା ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୩୦ ହଜାର ହେବ ବୋଲି ସୂଚନା ଦେଇଛନ୍ତି ଫୁଲବାଣୀ ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ ।